ରେଙ୍ଗାଲିକ୍ୟାମ୍ପ : ଯେଉଁ ଦିନ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ବର ବେଶରେ ସୁସଜ୍ଜିତ ହୋଇ ବରଯାତ୍ରୀ ଯାଇଥାନ୍ତେ ,ସେଇ ଦିନ କରୋନା ପିପିଇ କିଟ୍ ରେ ଚାଲିଗଲେ ମୃତ୍ୟୁ ପଥର ଯାତ୍ରୀ ହୋଇ। କଥାଟି ଶୁଣିଲେ ଛାତିରେ କୋହ ଭରିଯିବ। ମନରେ ଛନକା ପଶିଯାଇଛି। ଆଜି କରୋନା କରlୟତ୍ତ କରିନେଇଛି ମଣିଷକୁ। ସାରା ସଂସାରଟାକୁ ଯେମିତି ଧୀରେ ଧିରେ ସାଉଁଟି ନେଉଛି ମୃତ୍ୟୁର ପରିସୀମା ଭିତରକୁ। ପ୍ରଥମ ଲହରରେ ବୃଦ୍ଧ ଗୋଷ୍ଠୀଙ୍କୁ ଏବେ ପୁଣି ଦ୍ଵିତୀୟ ଲହରରେ ଯୁବ ଗୋଷ୍ଠୀଙ୍କ ଉପରେ ତାର ନଜର ପଡ଼ିଛି। ଆଜି ଏମିତି ଜଣେ ଯୁବକ କରୋନା ମୃତ୍ୟୁର ଯାତ୍ରୀ ହୋଇଛନ୍ତି ଯାହାପାଇଁ ଅତାବିରା ଅଞ୍ଚଳ ଶୋକାକୁଳ ହୋଇପଡିଛି। ସିଏ ହେଉଛନ୍ତି ଅତାବିରା ବ୍ଲକ ଲହଣ୍ଡା ପଞ୍ଚାୟତ ଯୁଗିପାଳି ଗ୍ରାମର ଜିବର୍ଦ୍ଧନ ଭୋଇ।
ବାପା ମାଆଙ୍କର ଏକମାତ୍ର ପୁଅ। ବୟସ ୨୯। ସମ୍ବଲପୁର ଜିଲ୍ଲାର ଛଚାଣ ପାଲି ଅନାଥାଶ୍ରମରେ ପରିଚାଳକ ପଦବୀରେ କାର୍ଯ୍ୟରତ ଥିଲେ। ମଇ ୨୪ ଏବଂ ୨୫ ତାରିଖରେ ତାଙ୍କର ବାହାଘର ଥିଲା। ଶାସନ ରେଙ୍ଗାଲି ସ୍ଥିତ କନ୍ କିଡା ଗ୍ରାମକୁ ଯାଇଥାନ୍ତେ ବରଯାତ୍ରୀ। ତେଣୁ ସେ ୨୦ ତାରିଖ ଦିନ କର୍ମକ୍ଷେତ୍ରରୁ ଘରକୁ ଆସିଥିଲେ । ସେହିଦିନ ତାଙ୍କୁ ଜ୍ଵର ହୋଇଥିଲା ଏବଂ ଅତାବିରା ଡାକ୍ତର ଖାନlରେ ତାଙ୍କର କୋଭିଡ ପରୀକ୍ଷା କଲାପରେ କରୋନା ଆକ୍ରାନ୍ତ ବୋଲି ଜଣାପଡିଥିଲା। ଏହାପରେ ତାଙ୍କ ବାପା-ମାଆ, କନ୍ୟା ପିତାମାତାଙ୍କ ସହ କଥାବାର୍ତ୍ତା ହୋଇ ବାହାଘରକୁ କିଛି ଦିନପାଇଁ ସ୍ଥଗିତ କରିଦେଇଥିଲେ। ସେ କାମ କରୁଥିବା ଅନାଥାଶ୍ରମର ଉଚ୍ଚ କର୍ମକର୍ତ୍ତା ମାନଙ୍କୁ ଏହି ବିଷୟରେ ଜଣାଇବାରୁ ସେମାନେ ସମ୍ବଲପୁର କୋବିଡ଼ ଡାକ୍ତର ଖାନାକୁ ଆସି ଚିକିତ୍ସା କରିବା ପାଇଁ କହିଥିଲେ। ସମ୍ବଲପୁର ଜିଲ୍ଲାପାଳ ମଧ୍ୟ କହିଥିଲେ ସମ୍ବଲପୁର କୋଭିଡ ହସ୍ପିଟାଲକୁ ଯିବା ପାଇଁ। ସେଠାରେ ତାଙ୍କର ଅକ୍ସିଜେନ ସ୍ତର କମିଯାଇ ତାଙ୍କର ମୃତ୍ୟୁ ହୋଇଥିଲା। ସେ ଜଣେ ବହୁ ମେଲାପ ଯୁବକ ଥିଲେ ଓ ବାହାଘରକୁ ନେଇ ସେ ବହୁତ୍ ଉତ୍ସାହିତ ଥିଲେ ବୋଲି ଗ୍ରାମବାସୀ କହନ୍ତି । ଏବେ ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବାପା-ମାଆଙ୍କର ଆଖିରୁ ଲୁହ ସୁଖୁନି। ଏକମାତ୍ର ପୁଅପାଇଁ ବାହାଘର କରିବାର ସପ୍ନ ଦେଖୁଥିବା ବାପାଙ୍କୁ ଆଜି ପୁଅର ଶ୍ରlଦ୍ଧଘର କରିବାକୁ ପଡୁଛି। କରୋନା ଆଜି ମୃତ୍ୟୁର ବିଭୀଷିକା ଖେଲାଇ ଦେଇଛି। ତେବେ କରୋନା ଆକ୍ରାନ୍ତ ହୋଇଥିବା ହେତୁ ସମ୍ବଲପୁର କୋଭିଡ ସର୍ଗଦ୍ୱାରରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି।



