ମୋହନା: ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଆଲିଗଣ୍ଡା ଗ୍ରାମରେ ରହୁଥିବା ଶଶୀରେଖା ନାୟକଙ୍କ ଘରେ କୌଣସି କାରଣରୁ ହଠାତ ଘର ଭିତରେ ନିଆଁ ଲାଗିଯାଇ ପେଡ଼ିରେ ରଖିଥିବା ନଗଦ ୧୦ ହଜାର ଟଙ୍କା, ଆବଶ୍ୟକୀୟ କାଗଜପତ୍ର, ଟିଭି, ନୁଆଁ ଲୁଗାପଟା ଓ ପ୍ଲାଷ୍ଟିକ ସାମଗ୍ରୀ ପୋଡି ପାଉଁଶ ହୋଇ ଯାଇଛି ।
ଏ ନେଇ ଶ୍ରୀମତୀ ନାୟକ ସ୍ଥାନୀୟ ବିଡିଓ଼ଙ୍କୁ ସହାୟତା କରିବା ପାଇଁ ଏକ ଲିଖିତ ଅନୁରୋଧ ପତ୍ର ଦେବା ସହ ସେ ଏବଂ ପରିବାର ଲୋକେ ମିଶି ନିଜ ସମ୍ପର୍କୀୟଙ୍କ ବାହାଘର ଭୋଜିକୁ ୨୨/୦୫ ରେ ଯାଇଥିଲେ ସେଠୁ ଗତ ୨୮/୦୫ ସକାଳ ପ୍ରାୟ ୧୦ଟା ବେଳେ ଘରେ ପହଞ୍ଚି କବାଟ ଚାବି ଖୋଲି ଦେଖିଥିଲେ ଘରର ସମସ୍ତ ସାମଗ୍ରୀ ନିଆଁରେ ପୋଡି ପାଉଁଶ ହୋଇଯାଇଛି ବୋଲି ଅଡବା ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିବା ଅଡବା ଥାନା ପକ୍ଷରୁ ଜଣାପଡିଛି। ଅପରପକ୍ଷେ ପଡିସା ଘର ଲୋକଙ୍କୁ ନିଆଁ ଲାଗିଯିବା ସମ୍ପର୍କରେ ପଚାରିବାରୁ ସେମାନେ କିଛି ଜାଣି ନଥିବା କହିଛନ୍ତି। ଅତବା ପୁଲିସ ଘଟଣାର ତଦନ୍ତ କରୁଛି।



