www.samajalive.in
Saturday, December 13, 2025
17.1 C
Bhubaneswar

ଖିରେଇଟାଙ୍ଗିରୀ ବଡ଼ବନ୍ଧ ପୁନରୁଦ୍ଧାର କାମରେ ଦୁର୍ନୀତି ଅଭିଯୋଗ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀର ବଡ଼ବନ୍ଧ ପାଖାପାଖି ୧୨ ଏକର ଜମି ପରିମିତ ଅଟେ। ଏହାର ଦୁଇ ପାର୍ଶ୍ଵରେ କେନାଲ ଅଛି। ଖିରେଇଟାଙ୍ଗିରୀ, ନୂଆଗାଁ ଓ ଡ଼ଳଙ୍ଗ ଗ୍ରାମର ପାଖାପାଖି ୫୦୦ ରୁ ଉର୍ଦ୍ଧ୍ବ ଚାଷୀ ଏହାଦ୍ୱାରା ଉପକୃତ। ପାଖାପାଖି ୭୦୦ ଚାଷୀ ଏହା ଉପରେ ନିର୍ଭରଶୀଳ। ଏହି ବନ୍ଧଟି କ୍ଷୁଦ୍ର ଜଳ ସେଚନ ବିଭାଗ ଦ୍ଵାରା ଅଧୀନରେ ଅଛି। ମାତ୍ର ହଠାତ ଶାସକ ଦଳ ଠିକାଦାର ଓ ପଂଚାୟତ ରାଜ ବିଭାଗଙ୍କ କୃଷି, କୃଷକଙ୍କ ହିତ କଥା ମନେ ପଡିଯିବାରୁ ଗତ ଜାନୁୟାରୀ ମାସରେ ମଝି ବନ୍ଧ ଭାଙ୍ଗି ଘାଇ କରି ମାଛ ମାରି ଖାଇଯିବା ସହ ବିକ୍ରି ମଧ୍ୟ କରିଥିଲେ। କହିଲେ ଯେ ପଙ୍କ ଉଦ୍ଧାର କରିବୁ, ଚାଷୀଙ୍କୁ ଉଦ୍ଧାର କରିପକେଇବୁ, ଚାଷୀ ବିଶ୍ୱାସ କରିଗଲେ। ଜାନୁୟାରୀରୁ ଏପ୍ରିଲ ପର୍ଯ୍ୟନ୍ତ ଜଗିଲେ, ବାର ଦୁଆର ହେଲେ, କିଛି ହେଲା ନାହିଁ। ଏନେଇ ଏହି ଖବର କାଗଜରେ ମଧ୍ୟ ଖବର ପ୍ରକାଶ ପାଇଥିଲା।

କ୍ଷୁଦ୍ର ଜଳସେଚନ ବିଭାଗରେ ମଧ୍ୟ ଦରଖାସ୍ତ ଦିଆଯିବା ସହ ଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ ଦିଆଯାଇଥିଲା। କ୍ଷୁଦ୍ର ଜଳସେଚନ ବିଭାଗର ଯନ୍ତ୍ରୀ କହିଲେ ବନ୍ଧ ଆମର, ଆମକୁ ନଜଣେଇ କେହି ହାତ ମାରି ପାରିବେ ନାହିଁ। କିନ୍ତୁ ପାଟଣା ବିଡ଼ିଓଙ୍କ କାନକୁ ଗଲେ ମଧ୍ୟ କେହି ଧରା ଛୁଆଁ ଦେଲେ ନାହିଁ। ସହାୟକ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଦେଖୁଛୁ। ପଞ୍ଚାୟତ କତ୍ତୃପକ୍ଷ କହିଲେ ହଁ ଖୁବ ଶୀଘ୍ର ବନ୍ଧ କାମ ସାରିଦେବୁ। ଆମ ଗାଁ ଆମ ବିକାଶ ଯୋଜନାରେ ଏ ବନ୍ଧର ବିକାଶ ହେବ ବୋଲି ଚାଷୀମାନେ ଆଶ୍ୱାସନା ପାଇ ଖୁସି ହେଇଗଲେ। ଏ ବନ୍ଧ ଲାଗି ସାନ ବନ୍ଧର ମଧ୍ୟ କାମ ଚାଲିଲା। ବଡ଼ ବନ୍ଧରେ ବହୁ ଡେରିରେ କାମ ଆରମ୍ଭ ହେଲା କାମ କେତେ ଟଙ୍କାର ହେବ କେହି ଜାଣି ପାରିଲେ ନାହିଁ। ଦୁଇ ବନ୍ଧ କାର୍ଯ୍ୟରେ କାମର କାର୍ଯ୍ୟ ଫଳକ ଲାଗିଲା ନାହଁ। ଠିକାଦାର, କନିଷ୍ଠ ଯନ୍ତ୍ରୀଙ୍କ ହାତରେ ଚାଷୀଙ୍କ ଭାଗ୍ୟର ଡୋରୀ ବନ୍ଧା ହେଲା ଅନ୍ୟମାନେ ଧରା ଦେଲେ ନାହିଁ।ବାରମ୍ବାର କହିଲେ ମଧ୍ୟ କର୍ଣ୍ଣପାତ କଲେ ନାହିଁ। ୫ ମାସରେ କିଛି ହେଲା ନାହିଁ ତାପରେ ଆସିଲା ୟାସ ବାତ୍ୟା। ସବୁ ଧୋଇ ହେଇଗଲା। ଉର୍ବର ଚାଷ ଜମିରେ ବାଲି, ମାଟି ଚରିଗଲା। ଆଜି ଚାଷୀମାନଙ୍କ ଭାଗ୍ୟ ବିଡମ୍ବନାରେ। କ୍ଷୁଦ୍ର ଜଳ ସେଚନ ବିଭାଗ, ପଞ୍ଚାୟତ ରାଜ ବିଭାଗର ସମ୍ମନୟର ଅଭାବ ସହ ଠିକାଦାର ପ୍ରୀତି, ଲୋଭଖୋର୍ ମାନବୃତି ପାଇଁ ଚାଷୀଙ୍କର ଏହି ଦୁର୍ଦ୍ଦଶା ହୋଇଛି। ଖିରେଇ ଟାଙ୍ଗିରୀ ଅଞ୍ଚଳର ଏହି ଚାଷୀମାନଙ୍କର ଦୁର୍ଦ୍ଦଶା ପାଇଁ ଦାୟୀ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବାକୁ ବିଜେପିର ପୂର୍ବତନ ଜିଲା ସଭାପତି ରାଧାକାନ୍ତ ମହାନ୍ତ ସ୍ୱର ଉଠାଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories