www.samajalive.in
Friday, December 12, 2025
15.1 C
Bhubaneswar

ୟୁଏଇରେ ଖେଳାଯିବ ଆଇପିଏଲର ଅବଶିଷ୍ଟ ମ୍ୟାଚ, ବିସିସିଆଇ ବୈଠକରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ପ୍ରଶଂସକଙ୍କ ପାଇଁ ଖୁସି ଖବର। ଅଧାରୁ ବନ୍ଦ ହୋଇଥିବା ଆଇପିଏଲ-୨୦୨୧ ସଂସ୍କରଣର ଅବଶିଷ୍ଟ ମ୍ୟାଚ ୟୁଏଇ (ସଂଯୁକ୍ତ ଆରବ ଏମିରାତ୍‌)ରେ ଖେଳାଯିବ। ଏ ନେଇ ଶନିବାର ଭାରତୀୟ କ୍ରିକେଟେ କଂଟ୍ରୋଲ ବୋର୍ଡ (ବିସିସିଆଇ)ର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ହୋଇଛି। ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, କେତେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ଲାଗି ବିସିସିଆଇ ପକ୍ଷରୁ ଆଜି ମଧ୍ୟାହ୍ନ ୧୨ଟାରେ ସ୍ବତନ୍ତ୍ର ସାଧାରଣ ବୈଠକ ଡକାଇଥିଲା। ଏଥିଲାଗି ବୋର୍ଡ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଶୁକ୍ରବାର ରାତିରେ କଲକାତାରୁ ମୁମ୍ବଇ ପହଞ୍ଚିଥିଲେ। ଏହି ବୈଠକରେ ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚଗୁଡ଼ିକ ୟୁଏଇରେ ଆୟୋଜନ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ସୂଚନାଯୋଗ୍ୟ, ଚଳିତବର୍ଷ ଆଇପିଏଲର ସମସ୍ତ ମ୍ୟାଚ ଜୈବ ନିରାପତ୍ତା ବଳୟ (ବାୟୋ ବବଲ) ମଧ୍ୟରେ ଅନୁଷ୍ଠିତ ହୋଇଥିଲେ ହେଁ ଅନେକ ଖେଳାଳି କରୋନାରେ ସଂକ୍ରମିତ ହୋଇଥିଲେ। ଯାହା ଫଳରେ ଟୁର୍ନାମେଣ୍ଟକୁ ଅଧାରୁ ସ୍ଥଗିତ ରଖାଯାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories