www.samajalive.in
Sunday, December 7, 2025
26.1 C
Bhubaneswar

“ଗୁଞ୍ଜ” ଏବଂ “ଓ୍ବାର୍ଡ” ପକ୍ଷରୁ ଗଣମାଧ୍ୟମ ପ୍ରତିନିଧି ଓ ବିତରକମାନଙ୍କୁ କରୋନା ସୁରକ୍ଷା କିଟ୍ ପ୍ରଦାନ

ଜି.ଉଦୟଗିରି: ଆଜି ସ୍ଥାନୀୟ ବ୍ୟବସାୟୀ ସଂଘ ସଭା ଗୃହରେ ସ୍ବେଛାସେବୀ ସଙ୍ଗଠନ “ଗୁଞ୍ଜ” ଏବଂ “ଓ୍ବାର୍ଡ” ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କରୋନା ସୁରକ୍ଷା କିଟ୍ ଓ ବିତରକମାନଙ୍କୁ ସୁରକ୍ଷା କିଟ୍ ସହ ସୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିବା ଜଣାପଡିଛି।ବିବରଣିରୁ ପ୍ରକାଶ ଯେ ବର୍ତ୍ତମାନ ମହାମାରୀ କରୋନା ସମୟରେ ଦିନ ରାତି ଏକ କରି ଗଣମାଧ୍ୟମ ପ୍ରତିନିଧିମାନେ ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରୁଥିବା ବେଳେ କେତେକ ଗଣମାଧ୍ୟମ ପ୍ରତିନିଧି କରୋନା ଯୁଦ୍ଧରେ ହାରିଯାଇ ମୃତ୍ୟୁବରଣ କରିଥିବା ଜଣାପଡିଛି। ତେବେ ଗଣମାଧ୍ୟମ ପ୍ରତିନୀଧିମାନଙ୍କୁ ସରକାର ଆଗଧାଡିର କରୋନା ଯୋଦ୍ଧା ଭାବେ ସୀମିତ ରଖିଦେଇଛନ୍ତି। ଏ ସମୟରେ ସ୍ଥାନୀୟ ସ୍ବେଛାସେବୀ ସଙ୍ଗଠନ “ଓ୍ବାର୍ଡ”ର ସମ୍ପାଦକ ଆଶୁତୋଷ ସାହୁ ଓ “ଗୁଞ୍ଜ”ର ଓଡିଶା ମୁଖ୍ୟ ସୁରେଶ କୁମାର ଏବଂ ଦେବାଶିଷ ପ୍ରଧାନ ମିଳିତ ଭାବେ ଜି.ଉଦୟଗିରିର ୧୪ ଜଣ ଗଣମାଧ୍ୟମ ପ୍ରତିନିଧି ବିଦ୍ୟାଧର ପାଳ, ଦେବନାଥ ଦଳବେହେରା, ପତିତପାବନ ସାହୁ, ସମୀର କୁମାର ପାଢୀ, ରାମକୃଷ୍ଣ ଚୌଧୁରୀ, ଅରୁଣ ଷଡଙ୍ଗୀ, ବଟକୃଷ୍ଣ ଦାସ, ପ୍ରତାପ ଚନ୍ଦ୍ର ପାଢୀ, ଯୋଶେଫ ଦିଗାଳ, ପ୍ରଶନ୍ନ ମିଶ୍ର, ଅନୀଲ ଦଳବେହେରା, ଚନ୍ଦ୍ର ଶେଖର ପାଢୀ, ସାମନ୍ତ ନାୟକ, ଅନୀଲ କୁମାର ଦିଗାଳଙ୍କୁ ପ୍ରାଥମିକ ସୂରକ୍ଷା ନିମନ୍ତେ କରୋନା ସୁରକ୍ଷା କିଟ ପ୍ରଦାନ କରିଥିଲେ। ସେହିପରି ବିତରକ ହରିହର ସାହୁ, ନବେ ପ୍ରଧାନ, ସୁବଳ ପ୍ରଧାନ, ରଘୁନାଥ ସାହୁ, ପବିତ୍ର କୁମାର ନାୟକ, କ୍ରୀଷ୍ଣା ସେଠୀଙ୍କୁ ସୁରକ୍ଷା କିଟ ସହ ସୁଖିଲା ଖାଦ୍ୟ ପ୍ରଦାନ କରିଥିବା ବେଳେ ସଙ୍ଗଠନ ସଭ୍ୟ ରବିନ୍ଦ୍ର ସାହୁ, ସରଳା ନାୟକ, ପ୍ରଶାନ୍ତ ବଗର୍ତ୍ତୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ପୂର୍ବରୁ ପ୍ରେସକ୍ଳବ ସଭାପତି ସମୀର କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଦିବଙ୍ଗତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। କ୍ଳବର ସଭ୍ୟମାନେ ଗଣମାଧ୍ୟମ ବିଷୟରେ ନିଜ ନିଜ ମତପ୍ରକାଶ କରିଥିବା ବେଳେ ସହ ସମ୍ପାଦକ ରାମକୃଷ୍ଣ ଚୌଧୁରୀ ପ୍ରଦତ୍ତ ସଙ୍ଗଠନ ଦ୍ବୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories