www.samajalive.in
Saturday, December 6, 2025
19.1 C
Bhubaneswar

ଜନ୍ମ ଦିବସରେ ଜନତାଙ୍କ ପାଇଁ ରକ୍ତଦାନ କଲେ ବିଶିଷ୍ଟ ସମାଜସେବୀ

ନର୍ଲା: କଳାହାଣ୍ଡି ଜିଲ୍ଲାର ପରିଚିତ ମୁହଁ, ବିଶିଷ୍ଟ ସମାଜସେବୀ ମନୋଜ କୁମାର ପଟ୍ଟନାୟକଙ୍କ ଆଜି ଜନ୍ମ ଦିବସ । ଜନ୍ମ ଦିବସକୁ ଲୋକେ ବିଭିନ୍ନ ଢ଼ଙ୍ଗରେ ଏପରିକି ପାରିବାରିକ, ସାଙ୍ଗସାଥି ମାନଙ୍କୁ ନେଇ ମଉଜ ମସ୍ତି କରୁଥିବା ବେଳେ ମନୋଜ ନିଜ ଗାଁରେ ଏକ ରକ୍ତଦାନ ଶିବିରର ଆୟୋଜନ କରି ରକ୍ତଦାନ କରିଛନ୍ତି । କରୋନା ସଂକ୍ରମଣ ସମୟରେ ରୋଗୀ ରକ୍ତାଭାବରେ ହଇରାଣ ହେଉଥିବା ବେଳେ ସେ ନିଜେ ରକ୍ତଦାନ କରିବା ସହ ନିଜର ସହଯୋଗୀ ମାନଙ୍କୁ ନେଇ ୫୭ ୟୁନିଟ ରକ୍ତଦାନ କରିଛନ୍ତି ।
ସ୍ବର୍ଗଦ୍ବାର ସେବା ସଂଗଠନର ସହଯୋଗରେ ତଥା ସଂଗଠନର ଅଧ୍ୟକ୍ଷ ମନୋଜଙ୍କ ଜନ୍ମଦିନରେ ଏଭଳି ଏକ ନିଆରା ପଦକ୍ଷେପକୁ ସାଧାରଣରେ ଭୂୟସି ପ୍ରଶଂସା କରାଯାଇଛି । ମୁଖ୍ୟ ଅତିଥି ଭାବରେ କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଓଦୁ ଓ ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ଯୋଗଦେଇ ଏହାର ଆନୁଷ୍ଠାନିକ ଉଦଘାଟନ କରିଥିଲେ । ନର୍ଲା,କର୍ଲାମୁଣ୍ଡା,ମ.ରାମପୁର,କେସିଙ୍ଗା ଆଦି ବ୍ଲକର ବିଭିନ୍ନ ଗ୍ରାମରୁ ଯୁବକ ମାନେ ଆସି ରକ୍ତଦାନ କରି ଜନ୍ମ ଦିବସ ପାଳନ କରିଥିଲେ ।
ସ୍ବର୍ଗଦ୍ବାର ସେବା ସଂଗଠନର ସଂପାଦକ ମନୋଜ କୁମାର ଷଡ଼ଙ୍ଗୀ, ସଦସ୍ୟ ସରୋଜ ସାହୁ,ସଜନ ଅଗ୍ରଓ୍ବାଲ ସମେତ ବହୁ କର୍ମି ଉପସ୍ଥିତ ହୋଇଥିଲେ । ଏକ ନ୍ୟୁଜ ଚ୍ୟାନେଲ ତରଫରୁ ସମାଜସେବୀ ମନୋଜଙ୍କୁ ସମ୍ମାନିତ କରାଯାଇଥିବା ବେଳେ ,କେସିଙ୍ଗା ବ୍ଲକ ପ୍ରଶାସନ ତରଫରୁ କରୋନା ସଂକ୍ରମିତଙ୍କ ଶବ ସତ୍କାର କରିଥିବା କୁ ନେଇ ତାଙ୍କୁ ଉପଢଉକନ ସହ ମାନପତ୍ର ପ୍ରଦାନ କରିଥିଲେ ବିଡ଼ିଓ ଓଦୁ । ନିଆରା ଜନ୍ମଦିନ ପାଳନକୁ ସାରା ଜିଲ୍ଲାରେ ଭୂୟସି ପ୍ରଶଂସା କରାଯାଇଛି ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories