www.samajalive.in
Thursday, December 11, 2025
16.1 C
Bhubaneswar

ନୂଆ ଆଇଟି ନିୟମ ସାମାଜିକ ଗଣମାଧ୍ୟମର ଦୁରୁପୋଯୋଗ ରୋକିବାକୁ ଉଦ୍ଦିଷ୍ଟ: ରବିଶଙ୍କର

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ ପାଇଁ କରାଯାଇଥିବା ନୂଆ ଆଇଟି (ସୂଚନା ଓ ପ୍ରଯୁକ୍ତିବିଦ୍ୟା) ନିୟମ କେବଳ ଦୁରୁପୋଯୋଗ ରୋକିବାକୁ ହୋଇଛି। ଏହାଦ୍ବାରା ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଗୋପନୀୟତା ପ୍ରତି କୌଣସି ବିପଦ ନାହିଁ ବୋଲି ଗୁରୁବାର ସ୍ପଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ। ନୂଆ ଆଇଟି ନିୟମକୁ ହ୍ବାଟ୍‌ସଆପ  ପକ୍ଷରୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିବାରୁ ଏହା ଉପରେ ରବିଶଙ୍କର ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମର ଦାୟିତ୍ଵ ଏବଂ ଉତ୍ତରଦାୟିତ୍ବ ସ୍ଥିର କରିବା ଲାଗି ନୂଆ ଆଇଟି ନିୟମ ଜାରି ରକିଥିଲେ, ଯାହା ଗତ ମେ ୨୫ ତାରିଖରୁ ଲାଗୁ ହୋଇଛି। ଏହାକୁ ନେଇ ହ୍ବାଟ୍‌ସଆପ ପକ୍ଷରୁ ଭାରତ ସରକାରଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ପିଟିଶନ ଦାଖଲ କରାଯାଇଛି। ନୂଆ ଆଇଟି ନିୟମ ଅସାମ୍ବିଧାନିକ ବୋଲି ପିଟିଶନରେ କୁହାଯାଇଛି। ଏହି ନିୟମ ଆଇଟି ନିୟମର ବ୍ୟକ୍ତିଗତ ଅଧିକାରକୁ ଉଲ୍ଲଂଘନ କରୁଛି, ତେଣୁ ଏହାକୁ ଲାଗୁ କରାଯିବାରୁ ରୋକିବା ଦରକାର ବୋଲି ପିଟିଶନରେ ଦାବି କରାଯାଇଛି।

- Advertisement -

କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ସରକାର ବ୍ୟକ୍ତିଗତ ଅଧିକାରକୁ ସମ୍ପୂର୍ଣ୍ଣ ଭାବେ ମାନୁଛି ଏବଂ ତାହାର ସମ୍ମାନ କରୁଛି। ନୂଆ ଆଇଟି ନିୟମ ସାମାଜିକ ଗଣମାଧ୍ୟମର ଦୁରୁପୋଯୋଗକୁ ରୋକିବା ଲାଗି ତିଆରି କରାଯାଇଛି। ଏହାଦ୍ବାରା ହ୍ବାଟ୍‌ସଆପ ଏବଂ ଅନ୍ୟ ସାମାଜିକ ଗଣମାଧ୍ୟମର ବ୍ୟବହାରକାରୀଙ୍କୁ ଡରିବାର ଆବଶ୍ୟକତା ନାହିଁ।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories