www.samajalive.in
Monday, December 8, 2025
24.1 C
Bhubaneswar

ବଡ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ାଉ: ଲକ୍ଷାଧିକ ଟଙ୍କା ଜବତ, ୩ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ତୁମ୍ବର୍ଲାରେ ଚାଲିଥିବା ଏକ ବଡ ଧରଣର ଜୁଆ ଆଡା ଉପରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କା, ବାଇକ ଏବଂ ଗୋଟିଏ କାରକୁ ଜବତ କରିଛି ପୁଲିସ। ଏହାସହ ୩ ଜଣଙ୍କୁ ଗିରଫ କରାଯାଇଛି।

ନବରଙ୍ଗପୁର ଏସପି ପ୍ରହଲ୍ଲାଦ ସାହାଇ ମିନାଙ୍କ ନିର୍ଦେଶକ୍ରମେ ପାପଡାହାଣ୍ଡି ଏସ୍ଡ଼ିପିଓଙ୍କ ତତ୍ୱାବଧାନରେ ପାପଡାହାଣ୍ଡି ଥାନା ଅଧିକାରୀ ଶୁଭେନ୍ଦୁ ଶବର, ମୈଦଲପୁର ଫାଣ୍ଡି ଅଧିକାରୀ ଅନାମୁ ଦିଆନ, ପୋଲିସ ସ୍ପେଶାଲ ସ୍କ୍ୱାଡ଼୍ ଟିମ ମୈଦାଳପୁର ଅଂଚଳର ଖୁଟୁଗୁଡା ଜଙ୍ଗଲ ଭିତରେ ଚାଲିଥିବା ଏକ ବଡଧରଣର ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ। ସେଠାରୁ ଏକ ଲକ୍ଷ ତିରିଶି ହଜାର ଟଙ୍କା, ଦୁଇଗୋଟି ବାଇକ ଏବଂ ଗୋଟିଏ କାରକୁ ଜବତ କରିଥିବା ବେଳେ ତିନିଜଣକୁ ଧରିବାରେ ସକ୍ଷମ ହୋଇଛନ୍ତି । ପୋଲିସ ଚଢ଼ାଉ କରିବା ସମୟରେ ସେଠାରୁ ଖେଳାଳିମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଏହି ଅଂଚଳରେ ବହୁଦିନ ଧରି ଲକଡାଉନର ସୁଯୋଗ ନେଇ ଜୁଆରିମାନେ ଆଡ୍ଡା ଚଳାଇ କଳାହାଣ୍ଡି, ଉମରକୋଟ ଅଂଚଳର ବଡ ବଡ ଜୁଆରିମାନେ ଏହି ଅଂଚଳକୁ ଜୁଆ ଖେଳିବାକୁ ଆସୁଥିବା ବେଳେ ଆଜି ସେମାନେ ପୋଲିସକୁ ଦେଖି ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories