www.samajalive.in
Sunday, December 7, 2025
15.1 C
Bhubaneswar

ରେଙ୍ଗାଲି ବ୍ଳକ୍‍ ସୀମାନ୍ତରେ କଳା କବକ ରୋଗୀ ଚିହ୍ନଟ

ରେଙ୍ଗାଲି: କରୋନା ମହମାରୀ ସଂକ୍ରମଣରୁ ରକ୍ଷା ପାଇ ନ ଥିବା ବେଳେ ଏହାର ପ୍ରକୋପ ପ୍ରଶମିତ ନହେଉଣୁ ଏବେ ବ୍ଳାକ୍‍ ଫଙ୍ଗସ୍‍  (କଳା କବକ)ରୋଗ ଦେଖାଦେବା ଜନ ସାଧାରଣ ରେ ଆତଙ୍କ ଖେଳାଇ ଚିନ୍ତାର କାରଣ ହୋଇଛି। କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ଲୋକେ ଦହଗଞ୍ଜ ହେଉଥିବା ବେଳେ ବ୍ଳକ୍‍ ଅଜଣା ରୋଗ କଳା କବକରୁ କିପରି ତ୍ରାହି ମିଳିବ ସେ ନେଇ ଭାଲେଣିରେ ପଡିଯାଇଛନ୍ତି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍‍ ଲଇଡା ସୀମାନ୍ତରେ ଥିବା ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଳକ୍‍ ଗୁଚ୍ଛାପାଲି ଗ୍ରାମରେ ଜନୈକ ସ୍କୁଲ ଶିକ୍ଷକ କରୋନାରୁ ଆରୋଗ୍ୟ ଲାଭ କଲା ପରେ କଳା କବକ ରୋଗରେ ଆକ୍ରାନ୍ତ ହେବା ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସେ ବର୍ତ୍ତମାନ ଭୂବେନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆର୍ୟୁ ବିଜ୍ଞାନ ସଂସ୍ଥାନରେ ଚିକିତ୍ସିତ ହେଉଛନ୍ତି।

ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଳକ୍‍ ସୋଢାମାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୁଚ୍ଛାପାଲି ଗ୍ରାମ ର ୪୭ ବର୍ଷ ବୟସ୍କ ସ୍କୁଲ ଶିକ୍ଷକ ସୁଶାନ୍ତ ନାଏକ (ମୁନୁ) ଚଳିତ ମାସ ୧ତାରିଖ ଦିନ କୋଭିଡ୍‍ ପଜିଟିଭ୍‍ ଚିହ୍ନଟ ହୋଇଥିଲେ। ଏହାପରେ ସେ ସମ୍ବଲପୁର ଜମାଦାରପାଲି ଠାରେ ଥିବା ତ୍ରିଲୋଚନ କୋଭିଡ୍‍ କେୟାର କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। କୋଭିଡ୍‍ରୁ ସୁସ୍ଥ ହେଲାପରେ ଶ୍ରୀ ନାଏକ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଘରକୁ ଫେରିବାର କିଛି ଦିନ ପରେ ତାଙ୍କର ଆଖି ଏବଂ ମୁହଁ ଫୁଲି ଯିବା ଆରମ୍ଭ ହୋଇଥିଲା। ପରିବାର ଲୋକେ ତାଙ୍କୁ ସମ୍ବଲପୁରର ତ୍ରିଲୋଚନ ନେତ୍ରାଳୟକୁ ନେଇ ସେଠାରେ ଥିବା ଚକ୍ଷୁ ରୋଗ ବିଶେଷଜ୍ଞଙ୍କୁ ଦେଖାଇଥିଲେ। ଏହାପରେ ଚକ୍ଷୁ ରୋଗ ବିଶେଷଜ୍ଞ ପରାମର୍ଶ କ୍ରମେ ସିଟି ସ୍କାନିଂ କରାଯାଇଥିଲା। ସ୍କାନିଂ ରିପୋର୍ଟରେ ବ୍ଳାକ୍‍ ଫଙ୍ଗସ୍‍ ଥିବାର ସନ୍ଦେହ ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଚିକିତ୍ସା କରାଇବାକୁ ପରାମର୍ଶ ଦେଇଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ସହାୟତାରେ ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀଥ ଆର୍ୟୁବିଜ୍ଞାନ ସଂସ୍ଥାନରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ପରୀକ୍ଷା ନିରୀକ୍ଷାରୁ ସୁଶାନ୍ତ ନାଏକଙ୍କ ନାକ ରେ ବ୍ଳକ୍‍ ଫଙ୍ଗସ୍‍ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବା ଜଣାପଡିଥିଲା। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍‍ ଥିବାର କୁହାଯାଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories