ପାଟଣା : ବାତ୍ୟା ୟାସ ପ୍ରଭାବରେ ଗତରାତିରୁ ବର୍ଷା ଲାଗିରହିଥିବା ବେଳେ ବିଭିନ୍ନ ନଦୀ ନାଳରେ ପାଣି ବଢୁଛି। ପାଟଣା-କେନ୍ଦେଇପଶି ରାସ୍ତାର ଟାଙ୍ଗରପଡା ନିକଟରେ ଏକ ପୋଲ ନିର୍ମାଣ ପାଇଁ ହୋଇଥିବା ଦୁର୍ବଳ ଅସ୍ଥାୟୀ ଡାଇଭର୍ସନ ବର୍ଷା ପାଣିରେ ଧୋଇ ଯିବା ସହ ଏହା ଉପରେ ପାଣି ଚାଲିବା ସନ୍ଧ୍ୟା ପରଠାରୁ ଆରମ୍ଭ ହେବାରୁ ଗମନାଗମନ ଠପ୍ ପଡ଼ିଯାଇଛି। ଏପରିକି ପାଟଣା, ସାହାରପଡାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିବା ରୋଗୀଯାନ ଡାଇଭର୍ସନ ଉପରେ ପାଣି ଚାଲିଥିବାରୁ ଯାଇ ନପାରି ପାଟଣା ଫେରିବା ପରେ ପିପିଳିଆ ରାସ୍ତାରେ କେନ୍ଦୁଝର ଯାଇଛନ୍ତି। ନିମ୍ନ ମାନର ଡାଇଭର୍ସନ ନେଇ ଏଠାରେ ଅସନ୍ତୋଷ ସୃଷ୍ଟି ହୋଇଛି।
Popular Categories



