www.samajalive.in
Monday, December 8, 2025
24.1 C
Bhubaneswar

ବାତ୍ୟା ୟସର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି, ପବନର ବେଗ ହ୍ରାସ ପାଇବା ସହ ବର୍ଷା କମିଛି : ଏସ୍‌ଆର୍‌ସି

ଭୁବନେଶ୍ୱର: ବାତ୍ୟା ୟସ୍‌ର ଶେଷାଂଶ ସ୍ଥଳଭାଗ ଛୁଇଁବା ସହିତ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସମାପ୍ତ ହୋଇଛି। ଏହା ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରେ ଗତି କରିଛି। ଭଦ୍ରକ, ବାଲେଶ୍ବରରେ ଏବେ ପବନର ବେଗ ହ୍ରାସ ପାଇବା ସହ ବର୍ଷା କମିଛି। ଏନ୍‌ଡିଆର‌୍‌ଏଫ୍, ଓଡ୍ରାଫ୍ ଏବଂ ଅଗ୍ନିଶମ ସେବା ସ୍ବତନ୍ତ୍ର ଦଳ ଉପୁଡି ପଡିଥିବା ଗଛ ଓ ଗଛଡାଳ ପ୍ରଭୃତି ରାସ୍ତା ଉପରୁ ହଟାଇବା କାର୍ଯ୍ୟ ଜାରି ରଖିଛନ୍ତି ବୋଲି  ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।

ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା କହିଛନ୍ତି ଯେ ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଯାଜପୁର ଜିଲ୍ଲାରେ ଅଧିକ କ୍ଷୟକ୍ଷତି ଘଟିନାହିଁ ବୋଲି ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ଭଦ୍ରକରେ ରାସ୍ତା ଅବରୋଧ ହଟାଇବା କାର୍ଯ୍ୟ ଜାରି ରହିଛି। ବାତ୍ୟା ଯୋଗୁଁ ନୀଳଗିରି ଅଞ୍ଚଳରେ ଅଧିକ ଗଛ ଉପୁଡି ଯାଇଛି।

- Advertisement -

ଶିମିଳିପାଳ ଅଞ୍ଚଳରେ ଅଧିକ ବର୍ଷା ହୋଇଥିବା ଯୋଗୁଁ ବୁଢାବଳଙ୍ଗ ନଦୀରେ ବନ୍ୟା ହେବାର ଆଶଙ୍କା ନେଇ ଜଳ ସମ୍ପଦ ବିଭାଗ ବିଭାଗ ପକ୍ଷରୁ ପରିସ୍ଥିତି ଅନୁଧ୍ୟାନ କରାଯାଉଛି। ବୁଢାବଳଙ୍ଗରେ ବିପଦ ସଙ୍କେତ ସର୍ବାଧିକ ୨୮ ମିଟର ମଧ୍ୟରୁ ଜଳସ୍ତର ଏବେ ୨୧ ମିଟରରେେ ସୀମିତ ରହିଛି। ତେବେ ଆଗୁଆ ସତର୍କତା ନିମନ୍ତେ ସଂପୃକ୍ତ ଅଞ୍ଚଳର ଏକାଧିକ ଗ୍ରାମର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ବୋଲି ଏସ୍‌ଆର୍‌ସି ପ୍ରକାଶ କରିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories