www.samajalive.in
Monday, December 8, 2025
24.1 C
Bhubaneswar

ଆଇଆଇଏମ୍‍ ସମ୍ବଲପୁରର ରେକର୍ଡ ପ୍ଲେସମେଣ୍ଟ

ସମ୍ବଲପୁର: ଆଇଆଇଏମ୍‍ ସମ୍ବଲପୁରକୁ ଚଳିତ ନିଯୁକ୍ତି ଋତୁରେ ୧୪୦ ପାଖାପାଖି କମ୍ପାନୀ ଆସିଛନ୍ତି ଏବଂ ସେମାନଙ୍କ ମଧ୍ୟରେ ପ୍ରମୁଖ ଅଂଶଗ୍ରହଣକାରୀ ଏବଂ ନିଯୁକ୍ତିଦାତା ହେଉଛନ୍ତି ନିଲସେନ୍‍, ରିଲାଏନ୍ସ ରିଟେଲ, ରାମ୍‍କୋ ସିଷ୍ଟମ୍ସ, ଟେକ୍‍ ମହିନ୍ଦ୍ରା, ମାଇଣ୍ଡଟ୍ରି, ଅମୁଲ, ବେଦାନ୍ତ, ଏଚସିଏଲ, ଏସବିଆଇ ଲାଇଫ, ଟାଟା ଷ୍ଟିଲ ବିଏସଏଲ, ଆସେଞ୍ଚର, ବାଇଜୁସ୍‍, ଇନଫୋସିସ୍‍, ଆଇସିଆଇସିଆଇ ପ୍ରୁଡେନ୍‍ସିଆଲ, ଟ୍ରାଇଡେଣ୍ଟ ଗ୍ରୁପ, ବଜାଜ ଆଲିଆଞ୍ଜ, ଜେଡଏସ ଆସୋସିଏଟ୍‍ଓ, ଡିଲଏଟ ଇଣ୍ଡିଆ, କେପିଏମ୍‍ଜି, ଏର୍ଣ୍ଣଷ୍ଟ ଆଣ୍ଡ ୟଙ୍ଗ ଆଦି। ଆଇଆଇଏମ୍‍ ସମ୍ବଲପୁରର ସ୍ନାତକମାନଙ୍କୁ ମାର୍କେଟିଂ, ସେଲ୍ସ, ବିଏଫଏସଆଇ, ଅପରେସନ୍ସ, କନସଲଟିଂ, ଆନାଲିଟିକ୍ସ, ଆଇଟିଇଏସ୍‍ ଆଦି ବହୁବିଧ କ୍ଷେତ୍ରରେ ଅନେକ ଆକର୍ଷଣୀୟ ଭୂମିକାର ଅଫର ମିଳିଥିଲା। ଏଥିସହିତ ସେମାନଙ୍କୁ ଫିନ୍‍ଟେକ, ଇ-କମର୍ସ, ଏଫଏମସିଜି ଆଦି ଅନେକ କ୍ଷେତ୍ରରେ ଅତ୍ୟନ୍ତ ସମ୍ମାନଜନକ ନିଯୁକ୍ତି ସୁଯୋଗ ଦିଆଯାଇଥିଲା। ନିଯୁକ୍ତି ପାଇଁ ଆସୁଥିବା କମ୍ପାନୀଗୁଡିକ ସଂଖ୍ୟାରେ ପ୍ରାୟ ୯୦% ବୃଦ୍ଧି ସହିତ ଆଇଆଇଏମ୍‍ ଏକ ନୂଆ ମାନକ ସ୍ଥାପନ କରିଛି ଏବଂ ଏହାର ପୂର୍ବ ପ୍ଲେସମେଣ୍ଟ ରେକର୍ଡକୁ ଟପିଯାଇଛି। ଚଳିତ ସିଜନରେ ବାର୍ଷିକ ସର୍ବାଧିକ ୨୬.୪ ଲକ୍ଷ ଟଙ୍କାର ସିଟିସି ପ୍ରସ୍ତାବ ଆସିଥିଲା ଏବଂ ଶୀର୍ଷ ୨୫%ଙ୍କୁ ବାର୍ଷିକ ୧୪.୯୧ ଲକ୍ଷ ଟଙ୍କା ସିଟିସି ଅଫର ମିଳିଥିଲା।
ଏ ସମ୍ପର୍କରେ ପ୍ରକାଶ କରି ଆଇଆଇଏମ୍‍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ କହିଛନ୍ତି, ଆଇଆଇଏମ୍‍ ସମ୍ବଲପୁର ଏହାର ଅଗ୍ରଣୀ ଏମ୍‍ବିଏ ପାଠ୍ୟକ୍ରମର ଷଷ୍ଠ ବ୍ୟାଚ୍‍ ଛାତ୍ରଛାତ୍ରୀ (୨୦୨୦-୨୨)ଙ୍କ ପାଇଁ ୧୦୦% ଗ୍ରୀଷ୍ମକାଳୀନ ପ୍ଲେସମେଣ୍ଟ ସଂପୂର୍ଣ୍ଣ ହୋଇଛି। ଏହି ବ୍ୟାଚ୍‍ରେ ୧୫୭ ଛାତ୍ରଛାତ୍ରୀ ଥିବାବେଳେ ଅନକ୍ୟାମ୍ପସ ଗ୍ରୀଷ୍ମକାଳୀନ ଇଂଟର୍ନସିପ୍‍ ପ୍ଲେସମେଣ୍ଟ ପ୍ରକ୍ରିୟାରେ ୧୧୦ରୁ ଅଧିକ କମ୍ପାନୀ ଅଂଶଗ୍ରହଣ କରିଛନ୍ତି ଏବଂ ତାହାସହିତ ଚଳିତ ବର୍ଷ ଅନ୍ୟତମ ସର୍ବୋତ୍ତମ ପ୍ଲେସମେଣ୍ଟ ସିଜନ ଭାବରେ ଶେଷ ହୋଇଛି, ଯାହା ପୂର୍ବ ବର୍ଷର ରେକର୍ଡଗୁଡିକୁ ଭାଙ୍ଗିଦେଇଛି। ଏହି ପ୍ରତିଷ୍ଠାନକୁ ପ୍ରଥମ ଥର ପାଇଁ ବହୁ ସମ୍ମାନଜନକ ନିଯୁକ୍ତି ପ୍ରଦାନକାରୀ ପ୍ରଥମ ଥର ଆସିବା ଲକ୍ଷ୍ୟ କରାଯାଇଛି ଏବଂ ସେମାନଙ୍କ ମଧ୍ୟରେ ଗୁଗଲ, ଆଦାନି ପୋର୍ଟସ୍‍, ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ, ବ୍ୟାଙ୍କ ଅଫ ବରୋଦା, ଆଇଏମସିଡି ଇଣ୍ଡିଆ, ବଜାଜ ଆଲିଆଞ୍ଜ ଲାଇଫ ଇନସ୍ୟୁରାନ୍ସ, ଡିଏସଏମ ଗ୍ରୁପ୍‍, ଆଇବିଏମ୍‍, ଜଷ୍ଟଡାଏଲ, ଟାଟା ଷ୍ଟିଲ ବିଏସଏଲ, ଟାଟା କନସଲ୍ଟାନ୍ସି ସର୍ଭିସେସ୍‍ (ଟିସିଏସ୍‍), ଭି ଗାର୍ଡ, ଆଇସିଆଇସିଆଇ ବ୍ୟାଙ୍କ ଆଦି ଅନ୍ୟତମ। ଆଇଆଇଏମ୍‍ ସମ୍ବଲପୁରର ପ୍ଲେସମେଣ୍ଟ ଚେୟାର ପ୍ରଫେସର ଦୀପ୍ତିରଂଜନ ମହାପାତ୍ର କହିଛନ୍ତି, ଆମ ଛାତ୍ରଛାତ୍ରୀ ଯେଉଁ ବେଗରେ ପ୍ଲେସମେଣ୍ଟ ଅଫର ପାଇଲେ ତାହା ଅତୁଳନୀୟ ଏବଂ ଉଲ୍ଲେଖଯୋଗ୍ୟ। ଆଇଆଇଏମ୍‍ ସମ୍ବଲପୁରରେ ଥିବା ଅନନ୍ୟ ପ୍ରତିଭା ଏବଂ ଶିକ୍ଷାଗତ ଉତ୍କର୍ଷ ଉପରେ ନିଯୁକ୍ତି ପ୍ରଦାନକାରୀଙ୍କର ନିରବଚ୍ଛିନ୍ନ ଭରସା ଏହି ସଫଳତାର ସ୍ୱାକ୍ଷର ବହନ କରୁଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories