www.samajalive.in
Friday, December 12, 2025
16.1 C
Bhubaneswar

ରୂପା ଧନବୃଦ୍ଧି ସହ ଭାଗ୍ୟ ପରିବର୍ତ୍ତନରେ ମଧ୍ୟ ହୋଇଥାଏ ସହାୟକ

ଶାସ୍ତ୍ର ଅନୁସାରେ ସାଧାରଣତଃ ରୂପାର ମୁଦି ପିନ୍ଧିବା ଦ୍ବାରା ଅନେକ ସଫଳତା ପ୍ରାପ୍ତି ହୋଇଥାଏ। କେବଳ ରୂପାର ମୁଦି ନୁହେଁ ରୂପାର ପାତ୍ର ବ୍ୟବହାର କରିବା ଦ୍ବାରା ମଧ୍ୟ ଅନେକ ଲାଭ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରୂପାର ସମ୍ପର୍କ ବୃହସ୍ପତି ଏବଂ ଚନ୍ଦ୍ରଙ୍କ ସହ ରହିଥାଏ । ଏହା ଆମ ଶରୀରରେ ଥିବା ଜଳକୁ ନିୟନ୍ତ୍ରଣ କରିଥାଏ।
ଶାସ୍ତ୍ର ଅନୁସାରେ, ରୂପା ଧନବୃଦ୍ଧି ସହ ଭାଗ୍ୟ ପରିବର୍ତ୍ତନରେ ମଧ୍ୟ ସହାୟକ ହୋଇଥାଏ।
ରୂପା ମୁଦି ପିନ୍ଧିବା ଦ୍ବାରା ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ନଷ୍ଟ କରିଦିଏ। ଏହାଦ୍ୱାରା ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦୂର କରିଥାଏ। ଘରେ ରୂପାର ପାତ୍ର ବ୍ୟବହାର କରିବା ଦ୍ବାରା ଅନେକ ଲାଭ ହୋଇଥାଏ। ରୋଷେଇ ଘରେ କିମ୍ବା ଘରେ ସାଜସଜ୍ଜାରେ ରୂପାର ସାମଗ୍ରୀ ବ୍ୟବହାର କରିବା ଦ୍ବାରା ଜୀବନରେ ସକାରାତ୍ମକ ଶକ୍ତି ଉତ୍ପନ ହୋଇଥାଏ।
ହାତର ଛୋଟ ଅଙ୍ଗୁଳିରେ ରୂପା ମୁଦି ପିନ୍ଧିବା ଦ୍ବାରା ଜୀବନରେ ସକାରାତ୍ମକ ଭାବ ଜାଗ୍ରତ ହୋଇଥାଏ। ଏହାର ପ୍ରଭାବରେ ଆପଣଙ୍କ ବ୍ୟକ୍ତିତ୍ୱର ବିକାଶ ଘଟିଥାଏ। ଏହି ମୁଦି ପିନ୍ଧିବା ଦ୍ୱାରା ନିଜ ରାଗ ଉପରେ ମଧ୍ୟ ନିୟନ୍ତ୍ରଣ ରହିଥାଏ। ଯଦି ଆପଣଙ୍କ ରାଶିରେ ଚନ୍ଦ୍ର ଦୁର୍ବଳ ରହିଥାନ୍ତି ତେବେ ଜ୍ୟୋତିଷଶାସ୍ତ୍ର ଅନୁସାରେ, ରୂପାର ମୁଦି ପିନ୍ଧିବା ଦ୍ୱାରା ଚନ୍ଦ୍ର ଦୋଷ କଟି ଯାଇଥାଏ। ଏହାଦ୍ୱାରା କଫ, ଥଣ୍ଡା ଓ ଶରୀରର ପୀଡ଼ା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।
ଦୋକାନରୁ ରୂପା ମୁଦି କିଣିବା ପରେ କୌଣସି ଏକ ଗୁରୁବାରରେ ଗୋଟିଏ ରାତି ପାଇଁ ଏହାକୁ ପାଣିରେ ପକାଇ ରଖନ୍ତୁ। ପରେ ଏହାକୁ ଆପଣ ନିଜ ଠାକୁର ଘରେ ରଖିବା ପରେ ନିଜ ଛୋଟ ଆଙ୍ଗୁଠୀରେ ପିନ୍ଧନ୍ତୁ। ଏପରି କରିବା ଦ୍ବାରା ଭାଗ୍ୟରେ ଉନ୍ନତି ହୋଇଥାଏ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories