www.samajalive.in
Monday, December 8, 2025
24.1 C
Bhubaneswar

ଆଗ୍ରାହାଟ ଡକାୟତି ଘଟଣାର ପର୍ଦ୍ଦାଫାସ : ୬ ଡକାୟତ ଗିରଫ

ଚୌଦ୍ୱାର: ଚୌଦ୍ୱାର ଥାନା ଅନ୍ତର୍ଗତ ଆଗ୍ରାହଟ ଗ୍ରାମର ଶନିମନ୍ଦିର ନିକଟରେ ରହୁଥିବା ଭାଗ୍ୟଧର ବେହେରାଙ୍କ ଘରେ ଗତ ୧୭ତାରିଖ ବିଳମ୍ବିତ ରାତିରେ ହୋଇଥିବା ଡକାୟତି ଘଟଣାର ଚୌଦ୍ୱାର ପୁଲିସ ପର୍ଦ୍ଦାଫାସ କରିଛି । ଡକାୟତି କରିଥିବା ୬ଜଣ ଡକାୟତଙ୍କୁ ପୁଲିସ ଗିରଫ କରିବା ସହିତ ସେମାନଙ୍କ ଠାରୁ ସେମାନେ ଲୁଟିଥିବା ସୁନା ଓ ରୂପା ଅଳଙ୍କାର ଜବତ କରିଛି। ଗିରଫ ଡକାୟତ ମାନେ ହେଲେ କେନ୍ଦ୍ରାପଡ଼ା ଜିଲା ଟାଉନ୍‍ ଥାନା ସାମଗୁଡ଼ିଆ ଇଚ୍ଛାପୁର ଗ୍ରାମର ରାଜୁ ଦାସ(୨୫), ସଂଜୟ ଦାସ(୩୦), ବିଜୟ ଦାସ(୩୫), ଗଣେଶ ଦାସ(୩୦), ମହେଶ୍ୱର ପୃଷ୍ଟି(୬୩), ଭୀମସେନ ସହୁ(୩୮) । ରାଜୁ, ସଂଜୟ ଓ ବିଜୟ ୩ଜଣ ଯାକ ଇଚ୍ଛାପରର ହଳଧର ଦାସର ପୁଅ ବୋଲି ଜଣା ପଡ଼ିଛି। ସେମାନେ ଭାଗ୍ୟଧରଙ୍କ ଘରୁ ଲୁଟିଥିବା ଅଳଙ୍କାର ମଧ୍ୟରୁ ଗୋଟିଏ ମଙ୍ଗଳସୁତ୍ର, ଏକ ହଳ ସୁନା ଶଂଖା, ୬ଟି ମୁଦି,୩ ହଳ କାନଫୁଲ ,ଚେନ୍‍ ୨ଟି, ଲକେଟ ୨ଟି ଓ ରୂପା ପଉଁଜି ୨ହଳ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସେମାନଙ୍କ ନାମରେ ଚୌଦ୍ୱାର ଥାନା ଓ କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ଥାନାରେ ଡକାୟତି, ଲୁଟ, ରାହାଜାନୀ ଆଦି ମାମଲା ଥିବା ଆଇଆଇସି ବିରଞ୍ଚି ନାରାୟଣ ପତି ସୂଚନା ଦେଇ ଆଗ୍ରାହାଟ ଡକାୟତି ଘଟଣାରେ ଜଡ଼ିତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖେଜା ଚାଲିଛି ବୋଲି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟଯେ ଦୁର୍ବୁତ୍ତ ମାନେ ବିଦ୍ୟୁତ କଟର ସୁଯୋଗ ନେଇ ଏକ ଶିଢ଼ି ସାହାଯ୍ୟରେ ଛାତ ଉପରେ ଚଢି ଭାଗ୍ୟଧରଙ୍କୁ ଖଣ୍ଡା ଦେଖାଇ ଡରାଇବା ସହ ତାଙ୍କୁ ଘର ଭିତରକୁ ନେଇ ଯାଇ ପରିବାର ଲୋକଙ୍କୁ ଭୟଭୀତ କରାଇ ଘରେ କଳାକନା ବୁଲାଇ ଦେଇଥିଲେ।କେନ୍ଦ୍ରାପଡା ଅଞ୍ଚଳର ଏହି ଦୁର୍ବୁତ୍ତ ମାନେ ଡକାୟତି କରିଥିବା ବିଶେଷ ସୁତ୍ରରୁ ଖବର ପାଇ ତଦନ୍ତକାରୀ ଅଧିକାରୀ ତପସ୍ୱିନୀ କାନୁନ୍‍ଗୋ ଏବଂ ଅନ୍ୟ ଅଧିକାରୀମାନେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଡକାୟତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories