www.samajalive.in
Sunday, December 7, 2025
26.1 C
Bhubaneswar

କରୋନାରେ ମହିଳାଙ୍କର ମୃତ୍ୟୁ : ଛୁଇଁଲେ ନାହିଁ ପରିବାର, ପୌରସଂସ୍ଥାର ସଫେଇ କର୍ମଚାରୀ କଲେ ଦାହ

ଗୁଣପୁର : କରୋନାରେ ଦିନକୁ ଦିନ ଅକାଳରେ ଝଡିପଡୁଛନ୍ତି ଲୋକ । ଶବ ପାଖକୁ ପରିବାର ଓ ସମ୍ପକୀୟ ମଧ୍ୟ ପାଖ  ମାଡୁ ନାହାନ୍ତି । ବିଭିନ୍ନ ଗାଁରେ ମୃତକ ପରିବାରକୁ ସମାଜିକ ବାସନ୍ଦ ଭଳି ଘୃଣ୍ୟ ପ୍ରଥା ବଢିବାର ଲାଗିଛି । ମୃତକ ପରିବାର ଲୋକ ନିଜ ଲୋକକୁ ହରାଇ ଯେତିକି ଦୁଃଖ ତାହା ଠାରୁ ସାମାଜିକ ବାସନ୍ଦ ଭଳି ବ୍ୟବହାର ଦୁଃଖକୁ ଦ୍ୱିଗୁଣିତ କରୁଛି । ଏଭଳି ଏକ ଘଟଣା ଗୁଣପୁର ମେଡିକାଲ ପରିସରରେ ଦେଖିବାକୁ ମିଳିଛି । କରୋନାରେ ମୃତ୍ୟୁପରେ ପରିବାର ଲୋକ ଶବକୁ ଛୁଇଁଲେ ନାହିଁ । ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ରୋଗୀର ଶବ ମେଡିକାଲ ପରିସରରେ ପଡି ରହିଥିବା ବେଳେ ପ୍ରଶାସନ ହସ୍ତକ୍ଷେପ ପରେ ଶବଦାହ କରାଯାଇଛି । କରୋନା ସଂକ୍ରମଣରେ ଜଣେ ମହିଳା ଉପଖଣ୍ଡ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ଏହି ଶବକୁ ପରିବାର ଲୋକ ଛୁଇଁଲେ ନାହିଁ । ପୌରସଂସ୍ଥା ପକ୍ଷରୁ ବଂଶଧାରା ନଦୀତଟ୍ଟରେ ଶବଦାହ କରାଯାଇଛି।
ପଦ୍ମପୁରର ନାଗମା ଶବର (୩୫) କୋରନା ସଂକ୍ରମଣ ହୋଇ ଅମ୍ଲଜାନ କମିଯାଇଥିଲା । ଗୁରୁତର ଅବସ୍ଥାରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଗୁଣପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ନାଗମାର ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ପରିବାର ଲୋକ ଦାହ କରିବା କିମ୍ବା ଛୁଇଁବାକୁ ଅମଙ୍ଗ ହୋଇଥିଲେ । ମେଡିକାଲ ନିରୀକ୍ଷକ ରମେଶ ଚନ୍ଦ୍ର ସାହୁ ଘଟଣା ସମ୍ପର୍କରେ ସ୍ଥାନୀୟ ପୌରସଂସ୍ଥାକୁ ଅବଗତ କରିଥିଲେ। ପୌରସଂସ୍ଥାର ନିର୍ବାହି ଯନ୍ତ୍ରୀ ଉମା ପ୍ରସାଦ ଦାଶଙ୍କ ନିର୍ଦ୍ଦେଶକ୍ରମେ ଟିମ ଲିଡର ସୁରେଶ ମିଶ୍ରଙ୍କ ନେତୃତ୍ୱରେ ସଫେଇ କର୍ମଚାରୀ ଚିନୁ, ବିଜୟ କୁମାର, ସାବିନ, ରାମବାବୁ ଉକ୍ତ କରୋନାରେ ମୃତ୍ୟୁବରଣ କରିଥିବା ମହିଳାକୁ ଦାହ କରିବାକୁ ଆଗେଇ ଆସିଥିଲେ । ମେଡିକାଲରୁ ଏକ ଆମ୍ବୁଲାନ୍ସରେ ସ୍ଥାନୀୟ ବଂଶଧାରା ନଦୀତଟ୍ଟ ଶୁଶାନରେ ସଫେଇ କର୍ମଚାରୀମାନେ ପିପି କିଟ୍‍, ଗ୍ଲବ ପରିଧାନ କରି କୋଭିଡ ନିୟମନୁଯାୟୀ ଆଜି ସକାଳେ ଶବଦାହ କରିଛନ୍ତି । ପୌରସଂସ୍ଥାର ଏହି ସଫେଇ କର୍ମଚାରୀଙ୍କ ଏଭଳି ମହତ କାର୍ଯ୍ୟାକୁ ସାଧାରଣରେ ପ୍ରଶାଂସା କରାଯାଉଛି ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories