www.samajalive.in
Sunday, December 14, 2025
26.1 C
Bhubaneswar

ଜି.ଉଦୟଗିରି ତହସିଲରେ ଗଡିଲା ରାଜସ୍ୱ ରଥ

ଜି.ଉଦୟଗିରି: ଜି.ଉଦୟଗିରି ତହସିଲରେ ସୋମବାରଠାରୁ ଗଡିବା ଆରମ୍ଭ ହୋଇଛି ରାଜସ୍ୱ ରଥ। ଏହି କରୋନା ମହାମାରୀ ସମୟରେ ଲୋକଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଉଥିବା ବେଳେ ସେମାନଙ୍କୁ ନିଜ ଘରେ ରାଜସ୍ୱ ସେବା ଯୋଗାଇଦେବା ନିମନ୍ତେ ପ୍ରଶାସନ ତରଫରୁ ଏହି କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି। ଦଲାଲ ବା ମଧ୍ୟସ୍ଥତା ବନ୍ଦ ହେବା ଏହାର ମୂଳ ଲକ୍ଷ୍ୟ। ଏହି କାର୍ୟ୍ୟକ୍ରମରେ ତହସିଲଦାର ଜନ୍ମେଜୟ ସାହୁ, ରାଜସ୍ବ ସୁପରଭାଇଜର ଶରତ ସ୍ବାଇଁ, କିରାଣୀ ଅଶୋକ ପ୍ରଧାନ, ରାଜସ୍ୱ ନିରୀକ୍ଷକ ଉପସ୍ଥିତ ଥିଲେ। ଏହି ରଥ ସ୍ଥାନୀୟ ତହସିଲର ବିଭିନ୍ନ ପଞ୍ଚାୟତ ଓ ଗ୍ରାମକୁ ଯାଇ ଲୋକଙ୍କ ନିକଟରେ ରାଜସ୍ୱ ସେବା ପ୍ରଦାନ କରିବ।ଲୋକଙ୍କୁ ପଟ୍ଟା ବଣ୍ଟନ ସହ ଜାତି ପ୍ରମାଣ ପତ୍ର, ବାସିନ୍ଦା ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର ଆଦି ପାଇବା ପାଇଁ ଦରଖାସ୍ତ ତହସିଲ କାର୍ୟ୍ୟାଳୟରେ ଦେବା ପରିବର୍ତ୍ତେ ଘରେ ଥାଇ ସୁବିଧା ପାଇପାରିବେ ବୋଲି ଜଣାପଡ଼ିଛି। ପ୍ରଥମ ଦିବସରେ ଏହି ରଥ ଜି.ଉଦୟଗିରି ତହସିଲ କାର୍ୟ୍ୟାଳୟରେ ଦୁଇ ଜଣକୁ ଓ ମହାଗୁଡା ସାହିରେ ତିନି ଜଣଙ୍କ ଘରକୁ ଯାଇ ତହସିଲଦାର ଶ୍ରୀ ସାହୁ ପଟା ବଣ୍ଟନ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories