www.samajalive.in
Sunday, December 14, 2025
26.1 C
Bhubaneswar

ଆତଙ୍କ ଖେଳାଇବାକୁ ହତ୍ୟାର ଭିଡିଓ କରିଥିଲେ ସୁଶିଲ କୁମାର- ପୁଲିସ

ନୂଆଦିଲ୍ଲୀ: ଜଣେ କୁସ୍ତିଯୋଦ୍ଧାଙ୍କ ହତ୍ୟା ଘଟଣାରେ ଦିଲ୍ଲୀ ପୁଲିସ ଦ୍ୱାରା ଗିରଫ ହୋଇଥିବା ଅଲିମ୍ପିକ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶିଲ କୁମାର ଉକ୍ତ ହତ୍ୟା ଘଟଣାର ଭିଡିଓ ଚିତ୍ର ଉତ୍ତୋଳନ କରିଥିଲେ। ଆତଙ୍କ ଖେଳାଇବା ଉଦ୍ଦେଶ୍ୟରେ ସେ ଏହି ଭିଡିଓ ପ୍ରସ୍ତୁତ କରିଥିବା ପୁଲିସ କହିଛି। ସୂଚନାଯୋଗ୍ୟ ଯେ ହତ୍ୟା ଘଟଣା ଘଟାଇ ସୁଶିଲ କୁମାର ୨୦ ଦିନ ଧରି ପୁଲିସ ଆଖିଳେ ଧୂଳିଦେଇ ଲୁଚି ବୁଲୁଥିବାବେଳେ ଦିଲ୍ଲୀ ପୁଲିସ ତାଙ୍କୁ ମୁଣ୍ଡକା ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଥିଲା। ରବିବାର ପୁଲିସ ପକ୍ଷରୁ କୁହାଯାଇଛି ଯେ ୨୩ ବର୍ଷ ବୟସ୍କ କୁସ୍ତିଯୋଦ୍ଧାଙ୍କୁ ଛତ୍ରଶାଳ ଷ୍ଟାଡିୟମରେ ହତ୍ୟା କରିବା ସମୟରେ ସୁଶିଲ କୁମାର ତାଙ୍କ ବନ୍ଧୁ ପ୍ରିନ୍ସଙ୍କୁ ଘଟଣାର ଭିଡିଓ ଚିତ୍ର ଉତ୍ତୋଳନ କରିବାକୁ କହିଥିଲେ। ସୁଶିଲ ଏବଂ ତାଙ୍କ ସହଯୋଗୀ ମୃତ କୁସ୍ତିଯୋଦ୍ଧା ସାଗର ରାଣା ଓ ତାଙ୍କର ଦୁଇ ବନ୍ଧୁଙ୍କୁ ପଶୁ ଭଳି ମାଡ ମାରିଥିଲେ। ସମସ୍ତ ତିନିଜରଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ସାଗର ରାଣାଙ୍କର ମୃତ୍ୟୁ ଘଟିଥିଲା। କୁସ୍ତି ଜଗତରେ ଉକ୍ତ ଭିଡିଓକୁ ଦେଖାଇ ସମସ୍ତଙ୍କୁ ଆତଙ୍କିତ କରିବା ତାଙ୍କର ଉଦ୍ଦେଶ୍ୟ ଥିବା ପୁଲିସ କହିଛି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories