www.samajalive.in
Saturday, December 13, 2025
21.1 C
Bhubaneswar

ପାଣକି ଗ୍ରାମରେ ପାଳିତ ହେଲା ଆଦିବାସୀ ପରମ୍ପରାର ପର୍ବ ବାଲି ଗଜା ଯାତ୍ରା

କଲମପୁର: ଆଦିବାସୀ ପରମ୍ପରାର କୃଷି ଭିତିକ ପର୍ବ ‘ଟୋକିମରା’ ଯାହା ପୌଷ ମାସରେ ପାଳିତ ହେଇଥାଏ। କିନ୍ତୁ ଯେଉଁ ଗ୍ରାମରେ ଏହି ପର୍ବ ପାଳନ ହେଇଥାଏ ସେହି ଗ୍ରାମରେ ବର୍ଷ ତମାମ ଉତ୍ସବ ଲାଗି ରହିଥାଏ। ବୈଶାଖରେ ବାଲିଯାତ୍ରା ଅନୁଷ୍ଟିତ ହେଇଥାଏ। ପରମ୍ପରା ଅନୁସାରେ ବାଲିଗଜା ହିଁ ଟୋକିମରା ପର୍ବର ଆଦିପର୍ବ। ଯାହା ରବିବାର ପାଣକି ଗ୍ରାମରେ ପାଳିତ ହେଇଯାଇଛି। ଏକ ଶୁଭ ମୂହୁର୍ତରେ ଗ୍ରାମ ଦେବୀ ଧରଣୀଙ୍କୁ ଆହ୍ୱାନ କରି ଗ୍ରାମର ଆବାଳ ବୃଦ୍ଧ ବନିତାଙ୍କ ସହ ଏକ ଶୋଭାଯାତ୍ରାରେ ନିକଟସ୍ଥ ନାଳକୁ ଯାଇ ବାଲି ସଂଗ୍ରହ କରିଥାନ୍ତି। ସେହି ବାଲିକୁ ଆଣି ଗ୍ରାମ ଗୁଡି ଠାରେ ସ୍ଥାପନ କରି ସେହି ବାଲିରେ ଧାନ, ମକା, ମାଣ୍ଡିଆ, କାନ୍ଦୁଲ ଆଦି ଶଷ୍ୟ ଗଜା କରାଯାଇଥାଏ। ଏହି ଗଜା ହିଁ କହିଥାଏ ଆଗାମୀ ବର୍ଷର ଚାଷ ସୁଚନା। ଯଦି ଗଜା କଳା ପଡି ଯାଇ ଶୁଖିଯାଏ ତେବେ ମରୁଡି ସମ୍ଭାବନା ଥାଏ।

ସେହିଭଳି ଗଜା ପାଣି ହେଇ ପଚିଯିବାର ଅବସ୍ଥା ଥାଏ ତେବେ ବଢି ର ସମ୍ଭାବନା ଥାଏ। ଅନ୍ୟପଟେ ଯଦି ଗଜା ସୁସ୍ଥ ଓ ସତେଜ ଥାଏ ତେବେ ଚାଷ ସଠିକ ହେବାର ଆକଳନ କରାଯାଇଥାଏ। ଏଥିପାଇଁ ଦେବୀଙ୍କ ଆରଧନା କରାଯାଏ। କୁକୁଡା, ପାରା, ବତକ, ମେଣ୍ଢା, ଛେଳି, ଘୁଷୁରୀ ଆଦି ସମେତ ପୋଢ ଓ ଗାଈ ମଧ୍ୟ ବଳି ଦିଆଯାଇଥାଏ। ରବିବାର ପାଣକି ଠାରେ ଆୟୋଜିତ ବାଲି ଗଜା ଯାତ୍ରାରେ ଗ୍ରାମବାସୀ ଙ୍କ ସମେତ ଜାନୀ ଦୁର୍ଜନ ଯାନୀ, ଗୁରମେ ଓ ଦିଶାରୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories