www.samajalive.in
Monday, December 8, 2025
27.1 C
Bhubaneswar

ମାଲିକଙ୍କୁ ୧୨କୋଟି ଟଙ୍କାର ଠକେଇ କର୍ମଚାରୀ ମାଲାମାଲ, ୨ ଗିରଫ

ଝାରସୁଗୁଡ଼ା : ନିଜ ମାଲିକଙ୍କୁ ଠକେଇ କରି ୪ଟି କମ୍ପାନୀର ମାଲିକ ହେବ​ ସହ ବିଳାସପୂର୍ଣ୍ଣ ଜୀବନ ଜୀଉଁଥିବା​ ଜଣେ ପରିବହନ କମ୍ପାନୀ କର୍ମଚାରୀଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଉଛନ୍ତି ଝାରଖଣ୍ଡ ରାଞ୍ଚି ସହର ରାହେର ବାସିନ୍ଦା ଚେନାରାମ ସାଇନୀ। ଚେନା​‌ରାମ ମୂଳତଃ ଝାରସୁଗୁଡ଼ା​‌ ସରବାହାଲର ଓଡ଼ିଶା ବେଙ୍ଗଲ କ୍ୟାରିୟର ଲିମିଟେଡ ନାମକ ଏକ କମ୍ପାନୀ ମାଲିକ ରବି ଅଗ୍ରୱାଲଙ୍କ ନିକଟରେ କାମ କରନ୍ତି। କିଛି ଦିନ ଆଗରୁ ଶ୍ରୀ ଅଗ୍ରୱାଲ ଅଡିଟ ସମୟରେ କିଛି ଗଡ଼ବଡ଼ ଥିବା ଜାଣିବାକୁ ପାଇବାରୁ ଥାନାରେ ଏତଲା ଦେଇଥିଲେ। ପୁଲିସ ତଦନ୍ତ ବେଳେ ଚେନାରାମ ଜାଲ୍‌ ଚାଲାନ, ଜାଲ୍‌ ଲରି ରସିଦ ପ୍ରସ୍ତୁତ କରି ୧୨ କୋଟି ୧୯ଲକ୍ଷ ଟଙ୍କାର ଠକାମୀ କରିଥିବା ଜଣାପଡ଼ିଥିଲା। ସେ ଏହି ଜାଲ୍‌ ରସିଦ ପ୍ରସ୍ତୁତିରେ ସରବାହାଲର ଆଶୀର୍ବାଦ କ୍ରିଏସନ୍ସ ଛାପା ଦୋକାନ ମାଲିକ ଆକାଶ ପାଠକଙ୍କ ସହାୟତା ନେଇଥିବା ଜଣାପଡ଼ିବା ପରେ ପୁଲିସ ଉଭୟଙ୍କୁ ଗିରଫ କରିଛି।

Hot this week

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

Related Articles

Popular Categories