ରେଙ୍ଗାଲିକ୍ୟାମ୍ପ : ଅତାବିରାରେ ଏବେ କରୋନା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ପ୍ରତିଦିନ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି। କାଲି ଅତାବିରା ଏନ୍ଏସିର ୱାର୍ଡ ନଂ ୧୦ର କାଉନସିଲର ସୁରେଶ୍ଵରୀ ପାଣ୍ଡେଙ୍କ ସ୍ବାମୀ ଅର୍ଜୁନ ପାଣ୍ଡେ (୬୨)ଙ୍କ କରୋନାରେ ମୃତ୍ୟୁ ଘଟିଛି।ସେ ଗତ ୧୪ଦିନ ହେଲା କରୋନlରେ ଆକ୍ରାନ୍ତ ହୋଇ ଘରେ ଆଇସୋଲେଶନରେ ଥିଲେ। କିନ୍ତୁ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ଗତ କାଲି ବିଲମ୍ୱିତ ରାତିରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ତାଙ୍କର ଅନ୍ତିମ ସଂସ୍କାର କୋଭିଡ୍ ନିୟମ ପାଳନ ପୂର୍ବକ କରାଯାଇଥିଲା। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁବିଧା କରାଯାଇ ପ୍ରଶାସନର ଉପସ୍ଥିତିରେ ଜାଇଁଯୋର କୋଭିଡ଼ ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରାଯାଇଥିଲା। ପୁତ୍ର ନିତୁନ ପାଣ୍ଡେ ମୂଖାଗ୍ନୀ ଦେଇଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ଵନାଥ ସାହୁ, ଅତିରିକ୍ତ ତହସିଲଦାର ତଥା ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସୋର୍ଯ୍ୟରଞ୍ଜନ ମିଶ୍ର, କର୍ମଚାରୀ ଦୁର୍ଯ୍ୟୋଧନ ସାହୂ, ରାମେଶ୍ବର ପ୍ରଧାନ,ଦିଲିପ୍ ବିଶ୍ଵାଳ, ରାଜେଶ ପ୍ରଧାନ, ସମାଜସେବୀ ଜିତେନ୍ଦ୍ର ଦାଶ, ସିଦ୍ଧାର୍ଥ ଶଙ୍କର ପଣ୍ଡା, ଉନିକ୍ରିଷ୍ଣା ନାଏର, ପ୍ରମୁଖ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ।
ସେହିପରି ୱାର୍ଡ ନଂ ୪ର ଜୟକିସନ ଦାଶ (୬୦)ଙ୍କ ମଧ୍ୟ କରୋନାରେ ମୃତ୍ୟୁ ଘଟିଛି। ସେ ଦୀର୍ଘ ବର୍ଷ ଧରି ଅତାବିରା ଜଗନ୍ନାଥ ମନ୍ଦିରର ପୂଜକ ଭାବରେ ସେବା ଦେଇ ଆସୁଥିଲେ। ହେଲେ ଆଜି କରୋନlରେ ଆକ୍ରାନ୍ତ ହୋଇ ସେ ମୃତ୍ୟୁ ମୁଖକୁ ଚାଲିଗଲେ। ତାଙ୍କ ପୁତ୍ର ଶିବ ଦାଶ ମୁଖାଗ୍ମୀ ଦେଇଥିଲେ। ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ମଧ୍ୟ ପ୍ରଶାସନିକ କ୍ଷେତ୍ରରେ ସମସ୍ତ ସୁବିଧା କରାଯାଇ ପ୍ରଶାସନର ଉପସ୍ଥିତିରେ ଶବଦାହ କରାଯାଇଥିଲା। ଗୋଷ୍ଠୀ ଉନ୍ନୟନ ଅଧିକାରୀ , ଅତିରିକ୍ତ ତହସିଲଦାର, ତଥା କିଛି ସମାଜ ସେବି ଉପସ୍ଥିତ ଥିଲେ। ଏମିତି ମୃତ୍ୟୁ ବଢ଼ି ବଢ଼ି ଚାଲିଥିବା ବେଳେ ଲୋକଙ୍କ ମାନରେ ଭୟ ସୃଷ୍ଟି ହେଉଛି। ତେବେ ସଂକ୍ରମଣର ଏତେ ବୃଦ୍ଧି ଘଟିବାର କାରଣ ପ୍ରଶାସନର ଅପାରଗତା ସାଙ୍ଗକୁ ଲୋକଙ୍କ ସଚେତନ ବିହୀନ କାର୍ଯ୍ୟ କଳାପ ଯୋଗୁ ହେଉଛି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେଣୁ ଏ ଦିଗରେ ପ୍ରଶାସନ ଆହୁରି କଡା କଡ଼ି ଭାବରେ ବିହିତ ପଦକ୍ଷେପ ନେବାପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।



