www.samajalive.in
Saturday, December 13, 2025
26.1 C
Bhubaneswar

ବାହାରେ ବୁଲୁଛନ୍ତି କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସିତ ରୋଗୀ, ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ

ବୌଦ୍ଧ : ଗୋଟିଏ ପଟେ ଜିଲାରେ ହୁ ହୁ ହୋଇ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାବେଳେ ଅନ୍ୟପଟେ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ପରେ ଗୋଟିଏ ଅବ୍ୟବସ୍ଥା ଖବରକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବୌଦ୍ଧ ସହରରେ ଯଦିଓ ସଂକ୍ରମିତଙ୍କ ସଂଖ୍ୟା ଗ୍ରାମାଞ୍ଚଳ ତୁଳନାରେ ଯଥେଷ୍ଟ କମ ରହିଛି, କିନ୍ତୁ ସଂକ୍ରମିତ ରୋଗୀମାନେ ଗୃହ ସଙ୍ଗରୋଧରେ ନରହି ବାହାରେ ହାଟ ବଜାର ବୁଲିବା ନେଇ ଜଣାପଡିବାପରେ  ସାଧାରଣଲୋକ ଅଧିକ ସଂଖ୍ୟାରେ ସଂକ୍ରମିତ ହେବାର ଆଶଙ୍କା ପ୍ରକାଶ ପାଇଛି। ସବୁଠାରୁ ଉଦବେଗପୂର୍ଣ୍ଣ ଘଟଣା ହେଉଛି ସଂକ୍ରମିତ ଚିହ୍ନଟ ହେବାପରେ କୋଭିଡ ଯତ୍ନ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ରୋଗୀମାନେ ମଧ୍ୟ ବାହାରେ ବୁଲୁଥିବା ଜଣାପଡିଛି।

 

- Advertisement -

କୋଭିଡ ଯତ୍ନ କେନ୍ଦ୍ର ମଧ୍ୟରେ ଓ ଫାଟକରେ କଡା ସୁରକ୍ଷା ଓ ଚାରିପଟେ ପାଚେରୀ ଥିବା ସତ୍ୱେ ଭିତରେ ଚିକିତ୍ସାଧିନ ଜଣେ ବୃଦ୍ଧ ଆଜି ସେଠାରୁ ଖସିଆସି ବୌଦ୍ଧ ଏନଏସି ଛକନିକଟରେ ବସିଥିବା ଜଣାପଡିଥିଲା। ଏ ସଂପର୍କରେ ସୂଚନା ପାଇବାପରେ କୋଭିଡ ଯତ୍ନ କେନ୍ଦ୍ର ଦାୟିତ୍ୱରେ ଥିବା କର୍ମଚାରୀମାନେ ସେଠାରେ ପହଞ୍ଚି ତାଙ୍କୁ ଗାଡିରେ ବସାଇ ନେଇଯାଇଥିଲେ। ତେବେ କୋଭିଡ ଯତ୍ନ କେନ୍ଦ୍ରରେ ଏତେ ସୁରକ୍ଷା ଥିବା ସତ୍ୱେ ସଂକ୍ରମିତ ବୃଦ୍ଧ ଜଣକୁ ସେଠାରୁ କିପରି ଖସି ଆସିଲେ ତାହାକୁ ନେଇ ଏବେ ଆଲୋଚନା ଜୋର ଧରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories