ବାଲେଶ୍ଵର : ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଆଜି ବାଲେଶ୍ଵର ଗସ୍ତରେ ଯାଇ ଜିଲ୍ଲାପାଳଙ୍କ ସହ ସମ୍ଭାବ୍ୟ ବାତ୍ୟା ୟସର ମୁକାବିଲା ନେଇ ସମୀକ୍ଷା କରିଛନ୍ତି। ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଭିନ୍ନ ବ୍ଲକ ବିଡ଼ିଓ ,ତହସିଲଦାର, ମେଡ଼ିକାଲ ଅଫିସର ଓ କ୍ଷେତ୍ର ସ୍ତରର ଅଫିସର ଉପସ୍ଥିତ ରହିଥିଲେ ।
ସମୀକ୍ଷା ପରେ ସ୍ଵତନ୍ତ୍ର ରିଲିଫ କମିଶନର ଗଣମାଧ୍ୟମକୁ କହିଛନ୍ତି ଯେ ବାଲେଶ୍ଵର ଜିଲ୍ଲା ପ୍ରଶାସନ ବାତ୍ୟା ମୁକାବିଲା ପାଇଁ ବ୍ଲକ୍ ଓ ଜିଲ୍ଲା ସ୍ଥରରେ ପ୍ରସ୍ତୁତି ଆରମ୍ଭ କରିଛି। ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ଲୋକଙ୍କୁ ସ୍ଥାନାନ୍ତର ଓ ସତର୍କ ପାଇଁ ଆମେ ମାଇକ ଦ୍ଵାରା ଘୋଷଣା କରାଯିବ। ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳୀ ସହ ଅତିରିକ୍ତ ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ହୋଇ ରହିଛି । ଶୁଖିଲା ଖାଦ୍ୟ, ଜଳ ଓ ବିଦ୍ୟୁତ ପାଇଁ ବ୍ୟବସ୍ଥା ହୋଇଛି। କଚା ଓ ଆଜବେଷ୍ଟସ ଘରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଏହାସହ ଯେଉଁ ସ୍ଥାନ ମାନଙ୍କରେ ପାଣି ପଶିବା ନେଇ ଆଶଙ୍କା କରା ଯାଉଛି ସେଠାରେ କୋଠା ଘର ଥିଲେ ମଧ୍ୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଆମେ ୧୨୦ ରୁ ୧୬୫ ବେଗ ପାଇଁ ଆମେ ପ୍ରସ୍ତୁତ ହେଉଛୁ ଓ ଯେଉଁ ସ୍ଥାନ ମାନଙ୍କରେ ଜଳମଗ୍ନ ହେଉଛି ସେହି ଅଞ୍ଚଳ ପ୍ରତି ଆମେ ନଜର ରହିହି। ବାତ୍ୟା ହେଲେ ବିଦ୍ୟୁତ, ଟେଲିକମ ଓ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳେ ସେଥିପାଇଁ ଆବଶ୍ୟକ ଜେନେରେଟର ବ୍ୟବସ୍ଥା କରାଯାଇଛି ଏହା ସହ ଉଭୟ ଗ୍ରାମାଞ୍ଚଳ ଓ ସହରଅଞ୍ଚଳରେ ଜଳ ଯୋଗାଣ ପାଇଁ ଆବଶ୍ୟକୀୟ ଟ୍ୟାଙ୍କର ବ୍ୟବସ୍ଥା କରାଯାଇଥିବା ସହ ଜେନେରେଟର ବ୍ୟବସ୍ଥା କରାଯାଇଛି। ଯଦି ବାତ୍ୟା ଦ୍ଵାରା ବିଦ୍ୟୁତ ସରବରାହ ସମସ୍ୟା ଓ ବ୍ୟାପକ ନଷ୍ଟ ହୁଏ ପ୍ରାଥମିକତା ଅନୁସାରେ ବିକଳ୍ପ ବ୍ୟବସ୍ଥା ଜରିଆରେ କୋଭିଡ ହସ୍ପିଟାଲ ଓ ସିସିସିକୁ ବିଦ୍ୟୁତ ସଂଯୋଗ କରାଯିବ। ବିଦ୍ୟୁତ ବିଭାଗ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଆବଶ୍ୟକ ମୁତାବକ ପୋଲ ଓ ବିଦ୍ୟୁତ ସାମଗ୍ରୀ ଗଚ୍ଛିତ ରହିଛି। ବାତ୍ୟା ଦ୍ଵାରା କୌଣସି ଟେଲିକମ ଟାୱାର ଭାଙ୍ଗେ ତାହେଲେ ଟେଲିକମ ସେବା ପାଇଁ କୌଣସି ସମସ୍ୟା ଉପୁଜିବା ନାହିଁ।

ଲୋକମାନେ ବାତ୍ୟା ବେଳେ ଘରଛାଡି ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଵତନ୍ତ୍ର ରିଲିଫ କମିଶନର ନିବେଦନ କରିଛନ୍ତି। ବାତ୍ୟା ସମୟରେ ଲୋଭ ବଶତଃ ଆମ୍ବ ଓ ନଡ଼ିଆ ଗୋଟାଇବା ପାଇଁ ଯାଇ କିଛି ଲୋକ ମୃତାହତ ହୋଇଥାନ୍ତି ସେଥିରୁ ନିବୃତ୍ତ ରୁହନ୍ତୁ। ପବନ ବେଳେ ଅଯଥା ବାଇକ୍ ଧରି ବାହାରେ ବି ଲନ୍ତୁ ନାହିଁ । କୋଭିଡ ପାଇଁ ଆମେ ଗହଳିକୁ ଦୃଷ୍ଟିରେ ରଖି ଅଧିକ ସ୍କୁଲ ଓ କଲେଜ ଘରକୁ ପ୍ରସ୍ତୁତ କରିଛୁ । ଲୋକଙ୍କୁ ମାସ୍କ ଓ ସାନିଟାଇଜର ଦିଆଯିବ ଓ ରାପିଡ ରେସପନ୍ସ ଟିମ୍ ଦ୍ଵାରା ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ପ୍ରତି ଆଶ୍ରୟ ସ୍ଥଳୀରେ ଅଙ୍ଗନୱାଡ଼ି ୱର୍କର ଓ ଆଶା ଦିଦି ରହିବେ। ଛୋଟ ଛୁଆଙ୍କ ପାଇଁ ଛତୁଆ ଓ ବିସ୍କେଟ ରହିବ। ବାତ୍ୟା ପାଇଁ ୪ ଟି ଓଡ଼ରାଫ ଟିମ୍ ୭ ଟି ଏନ୍ଡିଆରଏଫ୍ ଟିମ୍ ଓ ୯ଟି ଫାୟାର ଟିମ୍ ପ୍ରସ୍ତୁତ ହୋଇ ରହିବେ ।



