www.samajalive.in
Saturday, December 13, 2025
26.1 C
Bhubaneswar

୩ ବିବାହ ପାଲଟିଲା ସୁପର ସ୍ପ୍ରେଡର ଘଟଣା; ଦିନକରେ ୯୫ କରୋନା ସଂକ୍ରମିତ

ଜୟପୁର: ଗ୍ରାମରେ ତିନିଟି ବିବାହ ଉତ୍ସବ ଗୋଟିଏ ଦିନରେ ଅନୁଷ୍ଠିତ ହୋଇଥିଲା। ସେଥିରେ ଯୋଗ ଦେଇଥିବା ଲୋକମାନେ ବିବାହ ସାରି ଆନନ୍ଦ ଉଲ୍ଲାସରେ ନିଜ ଘରକୁ ଫେରିଲେ। କିନ୍ତୁ ସେମାନେ ଜାଣିନଥିଲେ, କୋଭିଡ କଟକଣା ଉଲ୍ଲଂଘନ କରି କିଛିସମୟ ପାଇଁ ସେମାନେ ଯେଉଁଭଳି ମଜାରେ ସମୟ ବିତାଇଛନ୍ତି ତାହା ସେମାନଙ୍କ ପାଇଁ କାଳହେବ, ଆଉ ସେମାନେ ନିଜ ସହିତ ମହାମାରୀକୁ ଧରି ଫେରିବେ। ଏହି ତିନିଟି ବିବାହରେ ଯୋଗଦେଇଥିବା ଲୋକଙ୍କ ମଧ୍ୟରୁ ଗୋଟିଏ ଦିନରେ ୯୫ ଜଣ କରୋନା ସଂକ୍ରମିତ ବାହାରିଛନ୍ତି। ସବୁଠାରୁ ଦୁଃଖର ବିଷୟ ହେଉଛି, ଜଣେ କନ୍ୟାର ପିତା କୋଭିଡ ସଂକ୍ରମିତ ହେବାପରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଘଟିଛି ରାଜସ୍ଥାନର ଝୁନଝୁନୁ ଜିଲା ଅନ୍ତର୍ଗତ ସିୟାଲକୋଲା ଗ୍ରାମରେ।
ଗତ ଏପ୍ରିଲ ୨୫ ତାରିଖରେ ଉକ୍ତ ଗ୍ରାମରେ ତିନିଟି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ କୋଭିଡ କଟକଣାକୁ ହେୟ ମନେକରି ସେଥିରେ ଗ୍ରାମବାସୀ, ବନ୍ଧୁବାନ୍ଧବ ସାମିଲ ହୋଇଥିଲେ। ବିବାହ ସାରି ନିଜ ଘରକୁ ଫେରିବା ପରେ ସେମାନେ ଜଣକ ପରେ ଜଣେ ଯେତେବେଳେ ଅସୁସ୍ଥ ହେବା ଆରମ୍ଭକଲେ, ସେତେବେଳେ ନମୁନା ପରୀକ୍ଷାରୁ ୯୫ ଜଣ କରୋନା ସଂକ୍ରମିତ ଥିବା ଜଣାପଡିଲା। କେତେକଙ୍କ ଅବସ୍ଥା କ୍ରମଶଃ ଜଟିଳ ହେବାକୁ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଗଲା। ତେବେ ଜଣେ କନ୍ୟାର ବାପା କରୋନାରେ ପ୍ରାଣ ହରାଇଲେ। ଆଗରୁ କରୋନା ସେମିତି କିଛି ମାରାତ୍ମକ ରୋଗ ନୁହେଁ ବୋଲି କହି ଖୋଲାମେଲାରେ ବୁଲୁଥିବା ଗ୍ରାମର ଏବେ ଜଣକୁ ମଧ୍ୟ ବାହାରେ ଦେଖିବାକୁ ମିଳୁନାହିଁ ବୋଲି କହିଛନ୍ତି ମୃତକ ପପୁ ସିଂହଙ୍କ ଭାଇ ରାମବୀର ସିଂହ। ତାଙ୍କ କହିବା ଅନୁଯାୟୀ ସଂପ୍ରତି ପରିସ୍ଥିତି ଏଭଳି ହୋଇଛି ଯେ, ତାଙ୍କ ଗାଁ ନାଁ ଶୁଣିଲେ ଲୋକେ କୋଶେ ଦୂରରୁ ବାଟଭାଙ୍ଗି ଚାଲିଯାଉଛନ୍ତି। କରୋନା ଶବ୍ଦ ଏବେ ଗାଁରେ ଆତଙ୍କ ଖେଳାଇ ଦେଇଛି। ରାମବୀର ନିଜେ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗ୍ରାମର ସମସ୍ତ ଲୋକ ନମୁନା ପରୀକ୍ଷା କରାଇବାକୁ ଚାହୁଁଥିଲେ ମଧ୍ୟ ସେମାନଙ୍କ ପାଖରେ କେହି ପହଞ୍ଚୁନାହାନ୍ତି। ତାଲାବନ୍ଦ କାରଣରୁ ସେମାନେ କେଉଁଠାକୁ ଯିବା ବି ସମ୍ଭବ ହେଉନାହିଁ। ତାଙ୍କ ଗାଁରେ ଏବେ ଆତଙ୍କ ଏବଂ ଅସ୍ୱାଭାବିକ ନିରବତା ଛାଇଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories