www.samajalive.in
Saturday, December 6, 2025
19.1 C
Bhubaneswar

ବରମକେଲାରେ ସଂକ୍ରମଣ ପ୍ରତିହତ ପାଇଁ ବାଉଁଶବାଡ଼

ବରପାଲି: ବରଗଡ଼ ଜିଲ୍ଲାରେ କରୋନା ଦ୍ୱିତିୟ ଲହର ସଂକ୍ରମଣ କ୍ରମଶଃ ଖସୁଥିବା ବେଳେ ବରପାଲି ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁ ପ୍ରଶାସନିକ କଡ଼ାକଡ଼ି ଧାରା ଆପଣଉଥିବା ଦେଖାଯାଉଛି। ଶନିବାର ପୁର୍ବାହ୍ନରେ ବରମକେଲା ପଞ୍ଚାୟତ ଅଫିସ ସମ୍ମୁଖ ରାସ୍ତାକୁ ସିଲ କରିବା ସହ ନିଷିଦ୍ଧାଞ୍ଚଳ ଭାବେ ସରପଞ୍ଚ ମେନକା ପଧାନ ଘୋଷଣା କରିଛନ୍ତି। ପଞ୍ଚାୟତରେ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ଗୁରୁତର ସ୍ଥିତିକୁ ନେଇ ୱାର୍ଡ଼ମେମ୍ବରମାନଙ୍କ ସହ ଆଲୋଚନା କଲାପରେ ପ୍ରଶାସନିକ କର୍ତ୍ତୃପକ୍ଷ ତହସିଲଦାର ଅକ୍ଷୟ କୁମାର ବାଘ, ବିଡ଼ିଓ ତିନିକ୍ରମ କୁମୁରାଙ୍କ ଉପସ୍ଥିତିରେ ୱାର୍ଡ଼ ନମ୍ବର ୧ ମୂଖ୍ୟରାସ୍ତାକୁ ବନ୍ଦ କରିବା ସହିତ ବାଉଁଶ ବାଡ଼ରେ ସିଲ କରି ଦିଆଯାଇଥିଲା। ଆସନ୍ତା ୨୭ତାରିଖ ପର୍ୟ୍ୟନ୍ତ ନାକାବନ୍ଦି ଜାରି ରହିବା ସହ ଗାଁର ସମସ୍ତ ଦୋକାନ ବଜାର କେବଳ ଔଷଧ ଦୋକାନ ବ୍ୟତିରେକ ଅନ୍ୟ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରଖାଯିବା ପାଇଁ ସିଦ୍ଧାନ୍ତ ନିଆଯାଇଥିଲା। ସେହିପରି ସାଧାରଣଙ୍କ ବୁଲାବୁଲି ଓ ସଭାସମିତି ସାଂସ୍କୃତିକ କାର୍ୟ୍ୟରେ ମଧ୍ୟ ରୋକ ଲଗାଯାଇଛି। ପୁର୍ବରୁ ବରପାଲି ବିଜ୍ଞାପିତ ଅଞ୍ଚଳରେ ଗୋଷ୍ଠି ସଂକ୍ରମଣର ରୂପ ନେଉଥିବା ଦେଖି ତହସିଲଛକ ସ୍ଥିତ ଏକ ଗଳି ରାସ୍ତାକୁ ପ୍ରଶାସନ ପକ୍ଷରୁ ବାଉଁଶ ବାଡ଼ରେ ସିଲ କରାଯାଇଥିଲା। ସେହିପରି ରେମତା, ମହଦା ଗାଁରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରପଞ୍ଚମାନଙ୍କ ଦ୍ୱରା ପ୍ରଶାସନିକ ସହାୟତାରେ ବାଉଁଶବାଡ଼ ବନ୍ଦା ହେବା ସହ ସରକାରଙ୍କ ପାଳନିୟ କଟକଣା ଉପରେ ଗୁରୁତ୍ୱ ଦିଆଯାଇଥିଲା।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories