ନୂଆଦିଲ୍ଲୀ: ଏବେ ଦେଶର ୮ଟି ରାଜ୍ୟରେ ୧ଲକ୍ଷରୁ ଅଧିକ ଲେଖାଏଁ ସଂକ୍ରମିତ ଅଛନ୍ତି। ୮ ରାଜ୍ୟରେ ୧୦ହଜାରରୁ ଲକ୍ଷେ, ୨୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୫୦ହଜାରରୁ କମ୍ ଅଛନ୍ତି। ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ରାଜସ୍ତାନ ଓ ଉତ୍ତର ପ୍ରଦେଶରେ ସଂକ୍ରମିତଙ୍କ ସଂଖ୍ୟା କମୁଛି। ଓଡ଼ିଶାର ୨୮ ଜିଲାରେ ୧୦%ରୁ ଅଧିକ କରୋନା ସଂକ୍ରମିତ ହେଉଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ଗତ ୧୫ଦିନ ହେଲାଣି ଲଗାତାର ଭାବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା କମୁଛି। ମେ’ ୧୦ରେ ୨୪% ପଜିଟିଭ ଥିଲା, ଆଜି ଖସି ୧୨.୪% ରହିଛି। ଗଲା ୧୨ ଦିନ ହେଲାଣି ସଂକ୍ରମଣ ହାର ୨୦% ତଳେ ରହିଛି। ଏବେ ସଂକ୍ରମିତଙ୍କ ମଧ୍ୟରୁ ୧୦ଟି ରାଜ୍ୟରେ ୭୮ ପ୍ରତିଶତ ଅଛନ୍ତି। ଦେଶରେ ୬ଟି ରାଜ୍ୟରେ ମୃତ୍ୟୁହାର ସର୍ବାଧିକ ରହିଛି। ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଉତ୍ତର ପ୍ରଦେଶ, ପଞ୍ଜାବ ଓ ଦିଲ୍ଲୀରେ ମୃତ୍ୟୁହାର ବେଶି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ପ୍ରକାଶ କରିଛନ୍ତି।



