www.samajalive.in
Thursday, December 11, 2025
18.1 C
Bhubaneswar

ନେପାଳ ରାଜନୀତିରେ ନୂଆ ମୋଡ଼: ସଂସଦ ଭଙ୍ଗ କଲେ ରାଷ୍ଟ୍ରପତି, ନଭେମ୍ବରରେ ହେବ ମଧ୍ୟବର୍ତ୍ତୀ ନିର୍ବାଚନ

ନେପାଳ ରାଜନୀତି ନୂଆ ମୋଡ଼ ନେଇଛି। ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଶୁକ୍ରବାର ମଧ୍ୟରାତ୍ରିରେ ସଂସଦକୁ ଭଙ୍ଗ କରିବା ସହିତ ମଧ୍ୟବର୍ତ୍ତୀ ନିର୍ବାଚନ ପାଇଁ ଘୋଷଣା କରିଛନ୍ତି। ଏହି ନିର୍ବାଚନ ଆସନ୍ତା ନଭେମ୍ବର ୧୨ ଏବଂ ୧୯ରେ ଅନୁଷ୍ଠିତ ହେବ। ଶେର ବାହାଦୁର ଦେଉବା ଏବଂ କେ.ପି. ଶର୍ମା ଓଲି ସରକାର ଗଠନ ପାଇଁ ଦାବି କରିବା ପରେ ରାଷ୍ଟ୍ରପତି ତାହାକୁ ଖାରଜ କରିବା ସହିତ ଏହି ନିଷ୍ପତ୍ତି ନେଇଛନ୍ତି।

ସୂଚନା ଅନୁସାରେ, ବିରୋଧୀ ଦଳଗୁଡ଼ିକ ୧୪୯ ସାଂସଦଙ୍କ ଦସ୍ତଖତ ସହିତ କଂଗ୍ରେସ ସଭାପତି ଶେର ବାହାଦୁର ଦେଉବାଙ୍କୁ ପ୍ରଧାନମନ୍ତ୍ରୀ କରିବା ଲାଗି ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ମଧ୍ୟ ବହୁମତ ଦାବି କରି ସରକାର ଗଠନ କରିବା ଲାଗି ରାଷ୍ଟ୍ରପତିଙ୍କ ପାଖରେ ଦାବି ରଖିଥିଲେ। ଉଭୟଙ୍କ ଦାବିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଆଇନକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବେ ବୋଲି କହିଥିଲେ।

- Advertisement -

ଅନ୍ୟପଟେ ବିରୋଧୀ ମେଣ୍ଟ ପକ୍ଷରୁ କୁହାଯାଇଛି ଯେ, ଓଲି ସାଂସଦମାନଙ୍କ ଦସ୍ତଖତ ପ୍ରସ୍ତୁତ କରି ନ ଥିଲେ। ସେଥିଲାଗି ତାଙ୍କ ଦାବିର କୌଣସି ଅର୍ଥ ନାହିଁ। ଶୁକ୍ରବାର ନେପାଳୀ କଂଗ୍ରେସ ଅଧ୍ୟକ୍ଷ ଶେର ବାହାଦୁର ଦେଉବାଙ୍କ ବାସଭବନରେ ବିରୋଧୀ ମେଣ୍ଟର ବୈଠକ ବସିଥିଲା। ଏଥିରେ ନେପାଳ କଂଗ୍ରେସ, କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳ (ମାଓବାଦୀ କେନ୍ଦ୍ର) ଏବଂ ଜନତା ସମାଜବାଦୀ ପାର୍ଟିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଶାସକ ସିପିଏନ-ୟୁଏମଏଲର ବରିଷ୍ଠ ନେତା ମାଧବ କୁମାର ନେପାଳ ବି ବୈଠକରେ ସାମିଲ ହୋଇଥିଲେ। ଏମାନେ ସମସ୍ତେ ପ୍ରଧାନମନ୍ତ୍ରୀ ଓଲିଙ୍କୁ ତାଙ୍କ ପଦବୀରୁ ହଟାଇବା ଲାଗି ରହିଥିବା ସମସ୍ତ ପ୍ରକାର ବିକଳ୍ପ ଉପରେ ଆଲୋଚନା କରିଥିଲେ। କାରଣ ଓଲି ସାମ୍ବିଧାନିକ ନିୟମଗୁଡ଼ିକୁ ଉଲ୍ଲଂଘନ କରିଚାଲିଥିଲେ। ଏହାବ୍ୟତୀତ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ନିଆଯାଉଥିବା ଅସାମ୍ବିଧାନିକ ପଦକ୍ଷେପକୁ ସମର୍ଥନ କରୁଥିବା ଅଭି​‌ଯୋଗ ହୋଇଥିଲା। ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା। ବୈଠକରେ ନେପାଳ କଂଗ୍ରେସର ୬୧, ମାଓବାଦୀ କେନ୍ଦ୍ରର ୪୮, ଜେଏସପିର ୧୩ ଏବଂ ୟୁଏମଏଲର ୨୭ ସାଂସଦ ଯୋଗଦେଇଥିଲେ।

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories