www.samajalive.in
Sunday, December 7, 2025
23.1 C
Bhubaneswar

ବାଘମାରୀ ପଂଚାୟତର ବଡସାହି ଅଣୁ ଆବଦ୍ଧ।ଞ୍ଚଳ

ବେଗୁନିଆ : ବେଗୁନିଆ ବ୍ଲକରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ବ୍ଲକର ବିଭିନ୍ନ ପଂଚାୟତରେ ୧୧ ଗ୍ରାମକୁ ଅଣୁ ଆବଦ୍ଧ।ଞ୍ଚଳ ଘୋଷଣା କରାଗଲାଣି । ୨୨ ତାରିଖ ସନ୍ଧ୍ୟା ୭ ଟାରୁ ୩୧ ତାରିଖ ରାତି ୯ ଟା ପର୍ୟ୍ୟନ୍ତ ବାଘମାରୀ ପଂଚାୟତ ଅନ୍ତର୍ଗତ ବାଘମାରୀ(ବଡ଼ସାହି)ଗ୍ରାମର ବାଘମାରୀ ଥାନା ଠାରୁ ୨୦୮ ପରିବାରର ୬୫୦ ଲୋକ ବସବାସ କରୁଥିବା ଅଞ୍ଚଳକୁ ଅଣୁ ଆବଦ୍ଧ।ଞ୍ଚଳ ଘୋଷଣା କରିଛନ୍ତି ।ଏହି ବ୍ଲକର ବାଘମାରୀ ପଂଚାୟତର ବାଘମାରୀ(ବଡ଼ସାହି) ରେ ୪ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ସମ୍ପୃକ୍ତ ଗ୍ରାମକୁ ଅଣୁ ଆବଦ୍ଧ।ଞ୍ଚଳ ଘୋଷଣା କରିବାକୁ ଉପଜିଲ୍ଲାପାଳ ଅଶୋକକୁମାର ବେହୁରିଆଙ୍କୁ ସୁପାରିଶ କରିଥିଲେ ।
ଉପଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ବାଘମାରୀ ଥାନା ଠାରୁ ୨୦୮ ପରିବାରର ୬୫୦ ଲୋକ ବସବାସ କରୁଥିବା ଅଞ୍ଚଳକୁ ଅଣୁ ଆବଦ୍ଧ।ଞ୍ଚଳ ଘୋଷଣା କରିଛନ୍ତି ।ସମ୍ପୃକ୍ତ ଅଞ୍ଚଳକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ।ସେହିପରି ଅଂଚଳର କୌଣସି ବ୍ୟକ୍ତି ବାହାରକୁ ବାହାରିବା ଉପରେ ମଧ୍ୟ କଟକଣା ଲଗାଯାଇଛି ।ଏହି ସମୟ ମଧ୍ୟରେ ସମ୍ପୃକ୍ତ ଅଞ୍ଚଳକୁ ବିଶୋଧନ କରାଯିବା ସହ କରୋନା ସଂକ୍ରମିତଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ ।
ଏହି ଆବଦ୍ଧ।ଞ୍ଚଳରେ ପଂଚାୟତ ନିର୍ବାହୀ ଅଧିକାରୀ, ବେଗୁନିଆ ଅଗ୍ନିଶମ ବିଭାଗ ଅଧିକାରୀ ,ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ, ବୋତଳମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଏବଂ ଶିଶୁବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ସେଠାରେ କାର୍ୟ୍ୟ ସମ୍ପାଦନ ପାଇଁ ଉପଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସମସ୍ତ କାର୍ୟ୍ୟର ତଦାରଖ ଦାୟିତ୍ୱ ଦିଆଯାଇଛି। ଏହା ପୂର୍ବରୁ ବେଗୁନିଆ ବ୍ଲକର ବେଗୁନିଆ ,ପୋଡାଡିହ ,ବୋତଳମା ଦେଉଳି ,କୁଂଜୁରୀ, ହୀରାପୁର ଏବଂ ସିକୋ ପଂଚାୟତର ୧୦ ଟି ସ୍ଥାନକୁ ଅଣୁ ଆବଦ୍ଧ।ଞ୍ଚଳଘୋଷଣା କରାଯାଇଥିଲା। ଆଜିର ଏହି ଘୋଷଣା ପରେ ବେଗୁନିଆ ବ୍ଲକର ବିଭିନ୍ନ ପଂଚାୟତର ୧୧ ଟି ସ୍ଥାନକୁ ଅଣୁ ଆବଦ୍ଧ।ଞ୍ଚଳ ଭାବେ ଘୋଷଣା କରାଗଲା ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories