www.samajalive.in
Thursday, December 11, 2025
15.1 C
Bhubaneswar

ମରାମତି ନହେଲେ ବର୍ଷା ଜଳରେ ବୁଡିବ ଶହ ଶହ ଏକର ଚାଷଜମି

ଗଡମଧୁପୁର : ଧର୍ମଶାଳା ବ୍ଲକ ମଧୁପୁରଗଡ ପଂଚାୟତର ଶୁନାଶୀର ଗହିର, ଭୁବନପୁର ଓ ମଧୁବନ ମୌଜାଦେଇ ଯାଇଥିବା କୂଆଁରିଆ ନାଳରେ ଗତ ବର୍ଷରୁ ସୃଷ୍ଟି ହୋଇଥିବା ଘାଇ ଏବେ ସୁଧା ମରାମତି ହୋଇନଥିବାରୁ ଏହି ମୌଜାରେ ଥିବା ଶହ ଶହ ଏକର ଚାଷଜମି ଜଳଡୁବ ହେବା ସହିତ ପଡିଆ ପଡିବ। ପଡୋଶି ଢେଙ୍କାନାଳ ଜିଲ୍ଲାରୁ ବାହାରି ଯାଯପୁର ଜିଲ୍ଲାର ଧର୍ମଶାଳା ତହସିଲର ଏହି ମୌଜାଦେଇ ଥାନୁଆଳ ପଂଚାୟତର ଅମାମନଗର ଠାରେ ବ୍ରାହ୍ମଣୀ ନଦୀରେ ମିଶିଥିବା କୁଆଁରିଆ ନାଳ ଏବେ ଚାଷିମାନଙ୍କ ପାଇଁ କାଳ ସାଜିଛି। ଢେଙ୍କାନାଳର ଗପାଳ ପ୍ରକଳ୍ପରୁ ବାହାରି ଆସିଥିବା ଏହି  ବର୍ଷାଦିନେ ପର୍ଯ୍ୟାପ୍ତ ପରିମାଣର ବଢି ପାଣି ଆସିଥାଏ। ଅଣ ଓସାରିଆ ଏହି ନାଳରେ ଢେଙ୍କାନାଳର ଜିଲାର ଗପାଳ ପ୍ରକଳ୍ପରୁ ଓ ତା ତଳକୁ ଥିବା ଅଂଚଳର ସମସ୍ତ ପାଣି ଆସି ଚାଷଜମିରେ ପ୍ରବାହିତ ହେବା ଫଳରେ ଧାନ ଫସଲ ନଷ୍ଟ ହୋଇଯାଉଛି। ପୂର୍ବ ବର୍ଷ ମାନଙ୍କରେ ନାଳପାଣି ନାଳରେ ଚାଲିଯାଉଥିବାରୁ ଚାଷୀମାନେ କିଛି କିଛି ଧାନ ଅମଳ କରିପାରୁଥିଲେ। ତେବେ ଦୁଇ/ତିନି ବର୍ଷ ପୂର୍ବରୁ ଏହି ନାଳ ସଫା କରିବା ପାଇଁ ସରକାରୀ ଅନୁଦାନ ମିଳିବା ପରେ ନାଳ ସଫା କରାଯିବା ସହିତ ନାଳର ମାଟିକୁ ନାଳ ହୁଡାରେ ପକାଇ ବନ୍ଧକୁ ମଜଭୁତ କରାଯାଇଥିଲା। ବିଭାଗର ଦୂରଦୃଷ୍ଟି ଅଭାବ କାରଣରୁ କୌଣସି ଜ୍ଞାନ କୌଶଳ ନଖଟାଇ ନାଳର ଅନେକ ସ୍ଥାନରେ ଖରାଦିନ ପାଣି ଅଟକାଇବା ପାଇଁ ଅନିକଟ ଓ ପୋଲ ନିର୍ମାଣ କାରଣରୁ ଦୁଇ ପାର୍ଶ୍ବରେ ଥିବା ବନ୍ଧ ଦୁର୍ବଳ ହେବା ସହିତ ନଈବଢି ଆସିବା ସମୟରେ ବନ୍ଧ ଭାଙ୍ଗି ଚାଷଜମି ବନ୍ୟାଜଳ ପ୍ଲାବିତ ହେଉଛି। ଫଳରେ ଗତବର୍ଷ ଏହି ସବୁ ମୌଜାର ଚାଷିଙ୍କୁ କୁଲାମୁଣ୍ଡେଇ ଘରକୁ ଆସିବାକୁ ପଡିଛି। ଏବର୍ଷ ମଧ୍ୟ ବର୍ଷା ଆରମ୍ଭରୁ ନାଳ ପାଣି ନାଳରେ ନଯାଇ ଏବେ ଚାଷଜମିକୁ ପଶିବା ଫଳରେ ଜମି ଚାଷ ଉପଯୋଗୀ ହୋଇପାରୁନାହିଁ। ବର୍ଷାରୁତୁ ଆସିବା ପର୍ବରୁ ଯଦି ଏହି ନାଳର ଭଙ୍ଗାବନ୍ଧକୁ ମରାମତି କରି ଭଲ ଭାବରେ ବନ୍ୟାଜଳକୁ ନାଳରେ ଚାଲିଯିବାର ବ୍ୟବସ୍ଥା କରାନଯାଏ ତେବେ ଗତ ବର୍ଷ ପରି ଏବର୍ଷ ମଧ୍ୟ ଏ ଅଂଚଳର ଚାଷୀଙ୍କୁ ସମାନ ଅବସ୍ତା ଭୋଗ କରିବାକୁ ପଡିବ।

- Advertisement -

ରେଳପୋଲ ନିକଟରୁ ବେଣାପାଟ ମଧ୍ୟରେ ପାଂଚ ଜାଗାରେ ଘାଇ କାରଣରୁ ଉଛୁଳା ପାଣି ଚାଷଜମିରେ ମାଡିବାରୁ ଧାନ ଫସଲ ଧୋଇରେ ଯାଉଛି। ଏ ନେଇ ଭୁବନପୁରର ଅନେକ ଚାଷୀ ତାଙ୍କ ପ୍ରତିକ୍ରିୟାରେ କହନ୍ତି “ଏହିସବୁ ମୌଜାରୁ ବର୍ଷକୁ ଶହ ଶହ ଟ୍ରିପ ଧାନ ଅମଳ ହେଉଥିଲା ତାହା ଆଜି ବିଭାଗୀୟ କର୍ତ୍ତୁପକ୍ଷଙ୍କ ଦୂରଦୃଷ୍ଟି ଅଭାବରୁ ଧୋଇ ସାଙ୍ଗକୁ ମରୁଡି ଦାଉ ସାଜୁଛି। ବନ୍ଧ ମରାମତି ନହେଲେ ମୌଜାର ଶହ ଶହ ଏକର ଚାଷ ଜମି ପଡିଆ ପଡିବ ବୋଲି ଲୋକଙ୍କ ମତ। ସ୍ଥାନୀୟ ମଣ୍ଡଳ ଉନ୍ନୟନ ଅଧିକାରୀ ଓ ପଂଚାୟତ ସମିତି ଅଧ୍ୟକ୍ଷଙ୍କୁ ସମସ୍ୟା ସମ୍ପର୍କରେ ଭୁବନପୁର ଗ୍ରାମର କିଛି ଚାଷୀ ଅବଗତ କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ମିଳିନାହିଁ। ସେହିପରି ଜଳନିଷ୍କାସନ ବିଭାଗ କୌଣସି ପ୍ରକାର ଭଙ୍ଗାବନ୍ଧର ମରାମତିର ଭରଷା ଦେଇଥିଲେ ହେଁ ବନ୍ଧ ବନ୍ଧା ନଜିବା କାରଣରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ଚାଷିମାନେ ଏବେ ଧାନ ବୁଣିବାକୁ ଥିବାରୁ ତୁରନ୍ତ ବନ୍ଧବାଡର ମରାମତି କରାନଗଲେ କୋଭିଡ କଟକଣା ସତ୍ୱେ ବ୍ଲକ ଯାଇ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଭେଟି ଦାବି ଜଣାଇବେ ବୋଲି ଆଶିସ କୁମାର ବଳ, ବଟକୃଷ୍ଣ ଜେନା, ବଟକୃଷ୍ଣ ମଳିକ, ପ୍ରଦୀପ ଜେନା, କୈଳାଶ ମିଶ୍ର ପ୍ରମୁଖ କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories