www.samajalive.in
Sunday, December 14, 2025
26.1 C
Bhubaneswar

କୋଭିଡ ଟିକାଦାନ : ୧୯ କୋଟିରୁ ଅଧିକ ପାନ ଟିକାଦାନ କରି ଭାରତର ଉଲ୍ଲେଖନୀୟ ସଫଳତା

ନୂଆଦିଲ୍ଲୀ : କୋଭିଡ ପ୍ରତିଷେଧକ ଟିକାଦାନ କ୍ଷେତ୍ରରେ ଭାରତ ଆଉ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ୧୯ କୋଟିରୁ ଅଧିକ ପାନ ଟିକାଦାନ କରି ଭାରତ ଏହି ସଫଳତା ହାସଲ କରିଛି । ଆଜି ସୁଦ୍ଧା ଦେଶ ବ୍ୟାପି ୧୯କୋଟି ୧୮ ଲକ୍ଷ ୭୯ ହଜାର ୫୦୩ ପାନ ଟିକା ଦିଆଯାଇଛି । ଗତ ୨୪ଘଣ୍ଟା ମଧ୍ୟରେ ୧୪ଲକ୍ଷ ୮୨ ହଜାରରୁ ଅଧିକ କୋଭିଡ ପ୍ରତିଷେଧକ ଟିକା ଦିଆଯାଇଛି । ମୋଟ୍‍ ଟିକାଦାନ ମଧ୍ୟରୁ ୧୪କୋଟି ୯୧ଲକ୍ଷ ଲୋକଙ୍କୁ ପ୍ରଥମ ପାନ ଟିକା ଦିଆଯାଇଥିବା ବେଳେ ୪ କୋଟି ୨୮ ଲକ୍ଷ ହିତାଧିକାରୀଙ୍କୁ ଉଭୟ ପାନ ଟିକା ଦିଆଯାଇଛି । ଦେଶର ୧୦ଟି ରାଜ୍ୟରେ ମୋଟ୍‍ ଟିକାଦାନର ୬୬ ଦଶମିକ ୩/୨ ପ୍ରତିଶତ ଟିକା ଦିଆଯାଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଗୋଟିଏ ଦିନରେ ୧୮ରୁ ୪୪ ବର୍ଷ ଆୟୁ ବର୍ଗର ଲୋକଙ୍କୁ ୭ଲକ୍ଷ ୩୬ ହଜାରରୁ ଅଧିକ ଟିକା ଦିଆଯାଇଛି ।
ଏଥିସହିତ ଏହି ବର୍ଗର ୮୫ ଲକ୍ଷ ୮୪ ହଜାର ଲୋକଙ୍କୁ ପ୍ରଥମ ପାନ ଟିକା ଦିଆଯାଇଛି । କେନ୍ଦ୍ର ସରକାର ଟିକାଦାନ କାର୍ଯ୍ୟକୁ ନିରନ୍ତର ଅନୁଧ୍ୟାନ କରୁଛନ୍ତି । ଚଳିତମାସ ପହିଲାରୁ ତୃତୀୟ ପର୍ଯ୍ୟାୟରେ ୧୮ରୁ ୪୪ ବର୍ଷ ବୟସର ନାଗରିକମାନଙ୍କୁ ଟିକାଦାନ କରାଯାଉଛି ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories