www.samajalive.in
Monday, December 8, 2025
24.1 C
Bhubaneswar

କୋଭିଡ ରୋଗୀଙ୍କୁ ଖୁସି କରିବାକୁ ନାଚିଲେ ନର୍ସ

ଭୁବନେଶ୍ୱର: କୋଭିଡ-୧୯ ମହାମାରୀର ଦ୍ୱିତୀୟ ଲହର ସମସ୍ତଙ୍କ ମୁହଁରୁ ହସ ଛଡାଇ ନେଇଥିବାବେଳେ ମାନସିକ ସୁସ୍ଥତା ଏବେ ଜରୁରୀ ଆବଶ୍ୟକତା ହୋଇପଡିଛି। ମାନସିକ ସ୍ତରରେ ଦୃଢତା ରୋଗକୁ ପ୍ରତିହତ କରିବାରେ ବିଶେଷ ସହାୟକ ହୋଇପାରିବ ବୋଲି ଚିକିତ୍ସା ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏଭଳି ପରିସ୍ଥିତିରେ ଡାକ୍ତରଖାନାରେ ଅତ୍ୟନ୍ତ ଯତ୍ନ ପ୍ରକୋଷ୍ଠ (ଆଇସିୟୁ) ମଧ୍ୟରେ ରହୁଥିବା ଗୁରୁତର ରୋଗୀମାନେ ସାଧାରଣତଃ ଚାରିକାନ୍ଥ ମଧ୍ୟରେ ଆବଦ୍ଧ ରହୁଛନ୍ତି ଏବଂ ଡାକ୍ତର, କିଛି ନର୍ସଙ୍କ ବ୍ୟତୀତ ଅନ୍ୟ କାହା ମୁହଁ ଦେଖିବା ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ। ଅନେକ ରୋଗୀଙ୍କୁ ଏହି ପରିସ୍ଥିତି ମାନସିକ ସ୍ତରରେ ମଧ୍ୟ ଭାରାକ୍ରାନ୍ତ କରିଦେଉଛି। ତେଣୁ ସେଠାରେ ରହି ଚିକିତ୍ସିତ ହେଉଥିବା ରୋଗୀଙ୍କ ମନକୁ ଟିକ ହାଲୁକା କରି ସେମାନଙ୍କୁ ମାନସିକ ଶାନ୍ତି ଦେବାକୁ ଆଇସିୟୁ ଭିତରେ ଜଣେ ପୁରୁଷ ନର୍ସ ନାଚୁଥିବା ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବାରେ ଲାଗିଛି।
ଓଡ଼ିଶାର ସମ୍ବଲପୁରଠାରେ ଥିବା ଭିମସାର ହସପିଟାଲ ଆଇସିୟୁରେ ନର୍ସ ଜଣକ ନାଚୁଥିବା ଦୃଶ୍ୟ ଏବେ ଚର୍ଚ୍ଚାରେ। ଗୀତର ତାଳେତାଳେ ନର୍ସଜଣକ ନାଚୁଥିବା ଦେଖିବାକୁ ମିଳିଥିବାବେଳେ ଅନ୍ୟ ଏକ ଭିଡିଓରେ ସେ ଜଣେ ରୋଗୀଙ୍କ ହାତଧରି କିଛି ନୃତ୍ୟ ଶୈଳୀ ଦେଖାଇବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି। ତାଙ୍କ ନୃତ୍ୟକୁ ସେଠାରେ ଚିକିତ୍ସିତ ହେଉଥିବା ରୋଗୀମାନେ ଉପଭୋଗ କରୁଥିବା ଏବଂ ଖୁସି ଥିବା ଲକ୍ଷ୍ୟ କରାଯାଇଛି। ଏପରିକି ଅମ୍ଳଜାନ ଥଳି ଲାଗିଥିବା ଜଣେ ମହିଳା ରୋଗୀ ମଧ୍ୟ ନର୍ସଙ୍କ ନୃତ୍ୟ ଦେଖି ନିଜ ଶଯ୍ୟାରେ ନାଚୁଥିବା ଦେଖିବାକୁ ମିଳିଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories