www.samajalive.in
Monday, December 8, 2025
27.1 C
Bhubaneswar

କଣ୍ଟାମାଳ ରେଞ୍ଜର ବିଭିନ୍ନ ସ୍ଥାନରେ ଚଢାଉ: ବିପୁଳ ପରିମାଣର ମୂଲ୍ୟବାନ କାଠ ଓ ସରଞ୍ଜାମ ଜବତ

କଣ୍ଟାମାଳ : ବୌଦ୍ଧ ଉପଖଣ୍ଡ କଣ୍ଟାମାଳ ରେଞ୍ଜର ବିଭିନ୍ନ ସ୍ଥାନରେ ବନବିଭାଗ ଦ୍ୱାରା ଏକ ସ୍ୱତନ୍ତ୍ର ଚଢାଉ କରାଯାଇି ବିପୁଳ ପରିମାଣର ମୂଲ୍ୟବାନ କାଠ, ଅର୍ଦ୍ଧ ନିର୍ମୀତ କାଠ ଉପକରଣ, ନିର୍ମାଣରେ ବ୍ୟବହୃତ ମେସିନ ଆଦି ଜବତ କରାଯାଇଥିବା ବିଭାଗ ସୂତ୍ରରୁ ଜଣାଯାଇଛି। ଆଜି ବୌଦ୍ଧ ଖଣ୍ଡୀୟବନାଧିକାରୀ ଯଶୋବନ୍ତ ସେଠୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଓ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ପଲସାଗୋରା, ମଲିକପଦର ଓ ଆମ୍ବପାଲି ଗ୍ରାମରେ ଚାଲିଥିବା ବେଆଇନ କାଠ ଉପକରଣ ନିର୍ମାଣ ଦୋକାନ ଉପରେ ଚଢାଉ କରି ସଫଳତା ପାଇଥିବା ଜଣାଯାଇଛି।

ସହକାରୀ ବନ ସଂରକ୍ଷକ ରାଜେନ୍ଦ୍ର ଗୋଛାୟତ, ଜିତେନ୍ଦ୍ର କୁମାର ବେହେରା, ସୌମ୍ୟରଞ୍ଜନ ଗୋଛାୟତଙ୍କ ନେତୃତ୍ୱରେ ୫ ଗୋଟି ରେଞ୍ଜର ରେଞ୍ଜ ଅଫିସର ଏକ ସଙ୍ଗେ ପଲସାଗୋରାର, ମଲିକପଦର ଆମ୍ବପାଲିରେ ଚଢାଉ କରି ପଲସାଗୋରର କାର୍ତ୍ତୀକ ବାଘଙ୍କ ଘରୁ ୨୮.୬୨ କାଠ ସହିତ ୭ଟି ଅର୍ଦ୍ଧନିର୍ମୀତ ଆସବାପତ୍ର, ମଲିକପଦରର ରାଜୀବ ସାହୁଙ୍କ ଘରୁ ୧୩୨.୬ ଓ ୫୩ ଗୋଟି ଆସବାପତ୍ର ଏବଂ ଆମ୍ବପାଲିର ମନୋଜ ରଣାଙ୍କ ଘରୁ ୧୦.୬୭ କାଠ ସହିତ ଆସବାପତ୍ର ତିଆରିରେ ବ୍ୟବହୃତ ଯନ୍ତ୍ରାଂଶଗୁଡିକୁ ଜବତ କରିଥିଲେ। ମୋଟ ଜବତ କାଠର ପରିମାଣ ୧୭୧.୯ ସିଏଫଟି ହୋଇଥିବା ବେଳେ ୭୦ ଗୋଟି ଅର୍ଦ୍ଧ ନିର୍ମୀତ ଆସବାପତ୍ର ଯାହା ସବୁ ମୂଲ୍ୟବାନ ଶାଗୁଆନ, ପିଆଶାଳ, ଶାଳ କାଠ ବୋଲି ଜଣାଯାଇଛି। ଜବତ କାଠ ସହିତ ଆସବାପତ୍ରର ମୂଲ୍ୟ ୩୦ ଲକ୍ଷରୁ ୪୦ ଲକ୍ଷ ହେବ ବୋଲି ବୌଦ୍ଧ ଖଣ୍ଡୀୟ ବନାଧିକାରୀ ଯଶୋବନ୍ତ ସେଠୀ ଏକ ପ୍ରେସ ରିଲିଜରେ ଜଣାଇଛନ୍ତି।

- Advertisement -

ଜବତ ବେଆଇନ କାଠ ଓ ସାମଗ୍ରୀକୁ ନେଇ କଣ୍ଟାମାଳ ରେଞ୍ଜର କେଶ ନଂ ୫୪/୨୧-୨୨, ୫୫/୨୦୨୧-୨୨ ଓ ୫୬/ ୨୦୨୧-୨୨ରେ ମକଦ୍ଦମା ଋଜ୍ଜୁ କରାଯାଇଥିବା ବେଳେ ଦୌଲଥ ବାଘ (୬୫) ଓ ସୁଶାନ୍ତ ବାଘ (୨୦)କୁ ଗିରଫ କରାଯାଇଥିବା ଜଣାଯାଇଛି। ଆଜିର ଏହି ସ୍ୱତନ୍ତ୍ର ଚଢାଉରେ ୩ ଜଣ ସହକାରୀ ବନ ସଂରକ୍ଷକଙ୍କ ସହିତ ୫ ଗୋଟି ରେଞ୍ଜର ରେଞ୍ଜର ସରୋଜକୁମାର ମିଶ୍ର, ନିହାର ରଞ୍ଜନ ମଲିକ, ପ୍ରଦୀପ ବେହେରା, ନାରାୟଣ ସ୍ୱାଇଁ, କ୍ଷିରାବ୍ଧୀ ପ୍ରଧାନ, ସହକାରୀ ରେଞ୍ଜର ପ୍ରଦୋଷ ମହାରଣାଙ୍କ ସମେତ ବିଭାଗ ଓ ପୋଲିସର ୭୨ ଜଣ କର୍ମଚାରୀ ସାମିଲ ହୋଇଥିଲେ। ଏତେ ପରିମାଣର ବେଆଇନ କାଠ ଓ କାଠ ଉପକରଣ ଜବତ ଘଟଣା ବୌଦ୍ଧ ବନଖଣ୍ଡରେ ପ୍ରଥମ ଥର ପାଇଁ ହୋଇଥିବା ବେଳେ ଦୀର୍ଘ ୧୦ ବର୍ଷରୁ ଉଦ୍ଧ୍ୱର୍ ହେଲା ଏହି କାରବାର ଚାଲି ଆସୁଥିଲେ ହେଁ ବିଭାଗ କିଭଳି ଜାଣି ପାରୁନଥିଲା ତାହା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 

 

 

 

 

 

 

 

 

 

 

 

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories