www.samajalive.in
Tuesday, December 9, 2025
15.1 C
Bhubaneswar

ଆଜିର ଦିନରେ ଭାରତ ପହଞ୍ଚିଥିଲେ ଭାସ୍କୋ ଡା ଗାମା

ନୂଆଦିଲ୍ଲୀ: ପର୍ତ୍ତୁଗୀଜ ନାବିକ ଭାସ୍କୋ ଡା ଗାମା ଆଜିର ଦିନରେ ଭାରତରେ ପହଞ୍ଚିଥିଲେ। ପୃଥିବୀର ନୂଆ ନୂଆ ସ୍ଥାନ ଆବିଷ୍କାର ନିଶାରେ ୧୪୯୭ ଜୁଲାଇ ୮ ତାରିଖରେ ଲିସବନରୁ ଜଳପଥରେ ଯାତ୍ରା ଆରମ୍ଭ କରିଥିଲେ ଭାସ୍କୋ ଡା ଗାମା। ଶେଷରେ ୧୪୯୮ ମଇ ୨୦ ତାରିଖ ଦିନ ସେ କେରଳର କୋଝିକୋଡଠାରେ ପହଞ୍ଚିଥିଲେ, ସେହି ସମୟରେ ତାହା କାଲିକଟ ନାମରେ ପରିଚିତ ଥିଲା। ଏଥିସହିତ ସେ ପ୍ରଥମ ୟୁରୋପୀୟ ଭାବରେ ଭାରତକୁ ସଫଳ ଜଳଯାତ୍ରା କରିଥିଲେ। ତାଙ୍କର ଯାତ୍ରା କାଳରେ ଭାସ୍କୋ ଡା ଗାମା ମୋଜାମ୍ବିକ, ମୋମ୍ବାସା ଏବଂ ମାଲିଣ୍ଡିଠାରେ ରହଣି କରିଥିଲେ। ତାଙ୍କର ଏହି ଯାତ୍ରା ପରେ ୟୁରୋପ ଏବଂ ଏସିଆ ମଧ୍ୟରେ ଜଳପଥରେ ବାଣିଜ୍ୟ କାରବାର ଆରମ୍ଭ ହୋଇଥିଲା। ତେବେ ଭାରତ ଆବିଷ୍କାର ପାଇଁ ପ୍ରୟାସୀ ବିଦେଶୀଙ୍କ ମଧ୍ୟରେ ସେ ଏକମାତ୍ର ବ୍ୟକ୍ତି ନଥିଲେ। ମସଲା, ମୂଲ୍ୟବାନ ପଥର ଏବଂ ଅନେକ ସମ୍ପଦରେ ଭରୂପର ଭାରତ ଆବିଷ୍କାର କରିବାକୁ ତାଙ୍କ ପୂର୍ବରୁ ବହୁ ନାବିକ ଅଭିଯାନରେ ବାହାରିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କେହି ସଫଳ ହୋଇପାରିନଥିଲେ।
ଭାସ୍କୋ ଡା ଗାମା ଭାରତ ଆସିବାର ପାଞ୍ଚବର୍ଷ ପରେ କ୍ରିଷ୍ଟୋଫର କଲମ୍ବସ୍‍ ମଧ୍ୟ ଜଳଯାତ୍ରାରେ ଭାରତକୁ ବାହାରିଥିଲେ, କିନ୍ତୁ ସେ ଯାଇ ପହଞ୍ଚିଥିଲେ ଆମେରିକାରେ। ଜଳଯାତ୍ରା ସମୟରେ ଭାସ୍କୋ ଡା ଗାମାଙ୍କ ଜାହାଜ ଖ୍ରୀଷ୍ଟମାସ ଦିନ ନାଟାଲଠାରେ ପହଞ୍ଚିଥିଲା। ଅନେକ ନଦୀ ଅତିକ୍ରମ କରି ତାଙ୍କ ଜାହାଜ ମୋଜାମ୍ବିକ ଆଡକୁ ମୁହାଁଇଥିଲା। ମୋଜାମ୍ବିକ ଯିବା ବାଟରେ ଭାସ୍କୋ ଡା ଗାମା ଗୋଟିଏ ସ୍ଥାନରେ ମାସକ ପାଇଁ ବିଶ୍ରାମ ନେଇଥିଲେ। ପରେ ସେମାନେମାର୍ଚ୍ଚ ୨ରେ ମୋଜାମ୍ବିକରେ ପହଞ୍ଚିଲେ। ମୋଜାମ୍ବିକରେ ଭାସ୍କୋ ଡା ଗାମା ଆରବଙ୍କ ସହିତ ସେଠାରେ ଚାଲିଥିବା ବାଣିଜ୍ୟ କାରବାର ସମ୍ପର୍କରେ ଅବଗତ ହେବା ସହିତ ସୁନା, ରୂପାଏବଂ ମସଲା ଭର୍ତ୍ତି ହୋଇଥିବା ଚାରିଟି ଜାହାଜକୁ ବନ୍ଦରରେ ଦେଖିଲେ। ସେମାନେ ତାଙ୍କୁ ଭରସା ଦେଇଥିଲେ ଯେ ସେ ଭାରତ ଦିଗରେ ହିଁ ଯାତ୍ରା କରୁଛନ୍ତି। ୧୫୯୮ ଏପ୍ରିଲ ୭ ତାରିଖ ଭାସ୍କୋ ଡା ଗାମାଙ୍କ ଜାହାଜ ମୋମ୍ବାସା (ବର୍ତ୍ତମାନର କେନିୟା)ରେ ଲାଗିଥିଲା ଏବଂ ସେଠାରେ ସେ ଜଣେ ଗୁଜରାଟି ପାଇଲଟଙ୍କୁ ଭେଟିଥିଲେ। ଭାସ୍କୋ ଡା ଗାମା ଉକ୍ତ ପାଇଲଟଙ୍କୁ ନିଜ ଜାହାଜକୁ ଆଣିଥିଲେ। ୨୦ ଦିନ କାଳ ଭାରତ ମହାସାଗରରେ ଯାତ୍ରା କରିବାପରେ ସେମାନେ ଭାରତକୁ ଦୂରରୁ ଦେଖିବାକୁ ପାଇଥିଲେ। ଶେଷରେ ସେ ଭାରତ ମାଟିରେ ପାଦ ଦେଇଥିଲେ। ପର୍ତ୍ତୁଗାଲ ଫେରିବା ସମୟରେ ସେ ନିଜ ସହିତ ମସଲା ଏବଂ ରେଶମ ନେଇଥିଲେ। ଜଣେ ବିଶିଷ୍ଟ ନାବିକ ଭାବରେ ପରିଚିତ ଭାସ୍କୋ ଡା ଗାମାଙ୍କୁ ପର୍ତ୍ତୁଗାଲର ରାଜା ୧୫୦୨-୧୫୦୩ରେ ପୁନର୍ବାର ଭାରତକୁ ଜଳଯାତ୍ରାରେ ପଠାଇଥିଲେ। ତେବେ ତୃତୀୟ ଥର୧୫୨୪ରେ ସେ ଭାରତକୁ ଯାତ୍ରା କରିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories