www.samajalive.in
Sunday, December 14, 2025
23.1 C
Bhubaneswar

ଫେସନରେ ଖଦି

ପୁରୁଣା ଜିନିଷର ଆଦର ସବୁବେଳେ ରହିଛି। ଏକଥା କହିଛନ୍ତି ଫେସନ୍ ଡିଜାଇନର ସବ୍ୟସାଚୀ। ନିକଟରେ ସେ ମୁମ୍ବଇରେ ଏକ ସର୍ବଭାରତୀୟସ୍ତରରେ ଏକ ଫେସନ୍ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଦେଶୀ ମଡେଲରଙ୍କ ସହ ବିଦେଶୀ ମଡେଲର ମଧ୍ୟ ୱାକ୍‌ରେ ଭାଗ ନେଇଥିଲେ। ଏଥରକ ଫେସନ୍ ମନ୍ତ୍ର ଥିଲା ଖଦିର ପୋଷାକ। ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଖଦି ଏବେ ଲୋକପ୍ରିୟତାର ଶୀର୍ଷରେ। ଡିଜାଇନରଙ୍କ ମତରେ ଲୋକେ ଆଉ ରଙ୍ଗବେରଙ୍ଗର ପୋଷାକ ପିନ୍ଧିବାରେ ସେଭଳି ଆଗ୍ରହ ପ୍ରକାଶ କରୁନାହାନ୍ତି। ଷ୍ଟାଇଲ୍‌ରେ ନୂତନତ୍ବ ଦେଇଛି ଖଦି ପୋଷାକ। ଯୁବପିଢ଼ି ଓ ବୟସ୍କ ସମସ୍ତେ ଖଦିର ମୋହରେ ଏବେ ବାନ୍ଧି ହୋଇଗଲେଣି। ଅନ୍ତର୍ଜାତୀୟ ଫେସନ୍ ବଜାରରେ ମଧ୍ୟ ଖଦିକୁ ନେଇ ବିଭିନ୍ନ ଡିଜାଇନର ପୋଷାକ ତିଆରି କରାଯାଉଛି। ସବ୍ୟସାଚୀ ନିକଟରେ ୨ଟି ବର୍ଣ୍ଣାଢ଼୍ୟ ବିବାହରେ ବର-ବଧୂଙ୍କ ପୋଷାକ ଖଦିରେ ପ୍ରସ୍ତୁତ କରିଥିଲେ। ବଲିଉଡ ତାରକାମାନେ ମଧ୍ୟ ଖଦି ମୋହରେ ବୋଲି ସେ କହିଛନ୍ତି। ଶରୀରକୁ ଆରାମ ଦେଉଥିବା ଖଦି ପୋଷାକ ଆମ ଭାରତୀୟଙ୍କ ଅନ୍ୟତମ ପରିଚୟ ବୋଲି ଡିଜାଇନରଙ୍କ ସ୍ପଷ୍ଟୋକ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories