www.samajalive.in
Sunday, December 7, 2025
26.1 C
Bhubaneswar

ଅତାବିରାରେ ନୂତନ ଥାନା ଅଧିକାରୀ

ରେଙ୍ଗାଲିକ୍ୟାମ୍ପ : ଅତାବିରା ଥାନାର ନୂତନ ଭାରପ୍ରାପ୍ତ ଅଧିକାରୀ ଭାବେ ଦିଲିପ୍ ବେହେରା ଯୋଗ ଦେଇଛନ୍ତି। ଶ୍ରୀ ବେହେରା ଅତାବିରା ଥାନାରେ ଯୋଗଦେବା ପୂର୍ବରୁ ସେ ୨୦୧୮ ମସିହାରେ ଗୋଡ଼ଭଗା ଫାଣ୍ଡି ଅଧିକାରୀ ଭାବରେ ଗୋଟିଏ ବର୍ଷ ଦାୟିତ୍ଵ ତୁଲାଇ ଥିଲେ । ପରେ ସେ ୨୦୧୯ ମସିହାରୁ ୨୦୨୧ ମାର୍ଚ୍ଚ ପର୍ୟ୍ୟନ୍ତ ବରଗଡ଼ ସଦର ଥାନାରେ ଥାନା ଅଧିକାରୀ ଭାବରେ ଦାୟିତ୍ଵ ନିର୍ବାହ କରିଥିଲେ। ଅତାବିରା ଥାନାରେ ସେ କାର୍ୟ୍ୟଭାର ଗ୍ରହଣ କଲାପରେ ଅଞ୍ଚଳର ଅସାମାଜିକ ବ୍ୟକ୍ତିଙ୍କ ଭିତରେ ଏକ ଭୟ ସୃଷ୍ଟି ହେଉଥିବା ଜଣାପଡିଛି। ଦୀର୍ଘ ଦିନ ଧରି ଅଞ୍ଚଳରେ ଚୋରି, ଡକାୟତି, ଜୁଆ, ସଟା, ମଦ ଏପରିକି ମର୍ଡର ଭଳି ଘଟଣା ସାଧାରଣ ହୋଇପଡ଼ିଥିଲା। ଅଞ୍ଚଳବାସୀଙ୍କ ଆଖିରୁ ନିଦ ହଜିଯାଇଥିବା ବେଳେ ନିଜକୁ ପ୍ରତି ମୁହୂର୍ତ୍ତରେ ଅସୁରକ୍ଷିତ ମଣୁଥିଲେ । ଅନେକ ଥର ଦଳୀୟ ତଥା ସର୍ବଦଳୀୟ ସ୍ତରରେ ମଧ୍ୟ ଥାନା ଘେରାଉ ସହ ଆଲୋଚନା ହୋଇଥିଲା ପୂର୍ବତନ ଥାନା ଅଧିକାରୀଙ୍କ ସହ। ଅଞ୍ଚଳରେ ଏହି ଅସାମାଜିକ କାରବାରକୁ ବନ୍ଦ କରିବା ପାଇଁ ତଥା ଲୋକଙ୍କୁ ଟିକେ ସୁରକ୍ଷା ଦେବାପାଇଁ ଅନେକ ସଭା ସମିତି ବି ହୋଇସାରିଛି ।ଥାନା ଅଧିକାରୀ ମହାଶୟ ତାରିଖ ପରେ ତାରିଖ ନିର୍ଦ୍ଧାରିତ କରି ସେହି ସମୟ ଅବଧି ଭିତରେ ମଦ, ଜୁଆ ଆଦି ନିଶା କାରବାରକୁ ବନ୍ଦ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ହେଲେ ସବୁ ପ୍ରତିଶୃତି କେବଳ ପ୍ରତିଶୃତି ରେ ହିଁ ରହିଗଲା। ଦିନକୁ ଦିନ ଆହୁରି ବଢିଚାଲିଲା ଅପରାଧ । ଅପରାଧୀମାନେ ନିଜର କାୟା ବିସ୍ତାର କରିବାକୁ ଲାଗିଲେ। ପୋଲିସ ଉପରୁ ଲୋକଙ୍କ ଆସ୍ଥା ଧୀରେ ଧୀରେ ତୁଟିଯାଇଥିଲା। ଏବେ ନୂତନ ଯୁବ ଥାନାଧିକାରୀଙ୍କ କାର୍ୟ୍ୟଭାର ଗ୍ରହଣ ପରେ ପୁଣି ଲୋକଙ୍କ ମନରେ ନୂତନ ଆଶା ଦେଖାଦେଇଛି ।ତେବେ ଦେଖାଯାଉ ନୂତନ ଥାନାଧିକାରୀ ଲୋକଙ୍କ ଆସ୍ଥାଭାଜନ ହେଉଛନ୍ତି ନା ନାହିଁ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories