www.samajalive.in
Monday, December 8, 2025
24.1 C
Bhubaneswar

ଟିକା ଉତ୍ପାଦନ ପାଇଁ ଅଧିକ ଔଷଧ କମ୍ପାନୀଙ୍କୁ ମଞ୍ଜୁରୀ ଦେବାକୁ ଗଡ଼କରୀଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ଦେଶରେ ଟିକାର ଅଭାବ ଦେଖାଦେଇଛି। ଯେଉଁଥିପାଇଁ ଟିକାକରଣ ଅଭିଯାନ ମନ୍ଥର ଗତିରେ ଚାଲିଛି। ତେଣୁ ଦେଶରେ ଟିକା ଉତ୍ପାଦନ ବଢ଼ାଇବା ଲାଗି ଅଧିକ ଔଷଧ କମ୍ପାନୀଙ୍କୁ ମଞ୍ଜୁରୀ ପ୍ରଦାନ ଲାଗି କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ବିଶ୍ଵବିଦ୍ୟାଳୟ କୁଳପତିମାନଙ୍କୁ ଭିଡିଓ କନ୍‌ଫରେନ୍ସିଂରେ ସମ୍ବୋଧିତ କରିବା ସମୟରେ ଗଡ଼କରୀ ଏହା କହିଛନ୍ତି।

ଗଡ଼କରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ଜଣାଇବାକୁ ଚାହୁଁଛନ୍ତି ଯେ, ଦେଶରେ ଜୀବନ ରକ୍ଷକ ଔଷଧଗୁଡ଼ିକର ଉତ୍ପାଦନ ବୃଦ୍ଧି ଲାଗି ଅଧିକ ଔଷଧ କମ୍ପାନୀଙ୍କୁ ମଞ୍ଜୁରୀ ଦେବା ପାଇଁ ଆଇନ ପ୍ରସ୍ତୁତ କରିବା ଦରକାର। ଏଥିରେ ଔଷଧର ପେଟେଣ୍ଟ ଧାରକଙ୍କୁ ଅନ୍ୟ ଔଷଧ କମ୍ପାନୀଗୁଡ଼ିକ ପକ୍ଷରୁ ୧୦ ପ୍ରତିଶତ ରୟାଲ୍‌ଟି ଦେବାର ବ୍ୟବସ୍ଥା କରାଯିବା ଆବଶ୍ୟକ।

- Advertisement -

ଯଦି ଟିକାର ଯୋଗାଣ ତୁଳନାରେ ଚାହିଦା ଅଧିକ ହୁଏ, ତେବେ ଏଥିରେ ସମସ୍ୟା ସୃଷ୍ଟି ହେବ। ସେଥିଲାଗି ଗୋଟିଏ କମ୍ପାନୀ ବଦଳରେ ଆଉ ୧୦ଟି କମ୍ପାନୀକୁ ଟିକା ଉତ୍ପାଦନ ପାଇଁ ମଞ୍ଜୁରୀ ଦେବା ଦରକାର। ଏଥିଲାଗି ଟିକାର ମୂଳ ପେଟେଣ୍ଟ ଧାରକ କମ୍ପାନୀକୁ ଅନ୍ୟ କମ୍ପାନୀଗୁଡ଼ିକ ପକ୍ଷରୁ ରୟାଲ୍‌ଟି ଦେବା ଉଚିତ।

ସୂଚନାଯୋଗ୍ୟ, ବର୍ତ୍ତମାନ ଦେଶରେ ଦୁଇଟି କମ୍ପାନୀ ଟିକା ଉତ୍ପାଦନ କରୁଛନ୍ତି। ସିରମ ଇନ୍‌ଷ୍ଟିଚ୍ୟୁଟ୍‌ କୋଭିଶିଲ୍ଡ ଟିକା ପ୍ରସ୍ତୁତ କରୁଥିବାବେଳେ ଭାରତ ବାୟୋଟେକ ପକ୍ଷରୁ କୋଭାକ୍ସିନ ଟିକା ତିଆରି ହେଉଛି। ଟିକାର ଚାହିଦାକୁ ଦୃଷ୍ଟିରେ ଅନ୍ୟ କମ୍ପାନୀଗୁଡ଼ିକୁ ଟିକା ଉତ୍ପାଦନ ପାଇଁ ଅନୁମତି ଦେବା ଦରକାର ବୋଲି ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପରାମର୍ଶ ଦେଇଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories