ଦେଶରେ ଦୈନିକ ସଂକ୍ରମଣ ଟପିଲା ୨.୬୭ ଲକ୍ଷ

ନୂଆଦିଲ୍ଲୀ : ଦେଶରେ ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୨.୬୭ ଲକ୍ଷ । ଗତ କିଛି ଦିନ ୪ ଲକ୍ଷ ଅତିକ୍ରମ କରୁଥିବା ବେଳେ ଏଥିରେ ହ୍ରାସ ପାଉଛି। ଚିକିତ୍ସାଧୀନ ଅବସ୍ଥାରେ ୪ ହଜାର ୫୨୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୨,୮୩,୨୪୮ରେ ପହଞ୍ଚିଛି। ଦିନକରେ ୨,୬୭,୩୩୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୪,୯୬,୩୩୦କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ୩,୮୯,୮୫୧ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨,୧୯,୮୬,୩୬୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩୨,୨୬,୭୧୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

 

kalyan agarbati

Comments are closed.