www.samajalive.in
Saturday, December 13, 2025
26.1 C
Bhubaneswar

ନିୟନ୍ତ୍ରଣ ରେଖାରେ ‘ଚାଏ ପେ ଚର୍ଚ୍ଚା’; ଉରିରେ ଭାରତୀୟ ସେନା ଖୋଲିଲା ନୂଆ କାଫେ

ଉରି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଚାଏ ପେ ଚର୍ଚ୍ଚା ଏବେ ଦେଶର ବିଭିନ୍ନ ସ୍ଥାନରେ, ବିଭିନ୍ନ ରୂପରେ ଦେଖିବାକୁ ମିଳୁଛି। ଭାରତୀୟ ସେନା ମଧ୍ୟ ଏଥିରୁ ବାଦ୍‍ ପଡିନାହିଁ। ଭାରତୀୟ ସେନା ପକ୍ଷରୁ ଉରି ସୀମାନ୍ତରେ ଥିବା ଏକ ଆଗୁଆ ଘାଟିରେ ଏକ କାଫେ ପ୍ରତିଷ୍ଠା କରାଯାଇଛି। ସୀମାନ୍ତ ଅଞ୍ଚଳ ପରିଦର୍ଶନରେ ଆସୁଥିବା ଜନସାଧାରଣଙ୍କୁ ସେଠାକାର ବାସ୍ତବ ସ୍ଥିତି କିଭଳି ରହିଛି, ସେ ସମ୍ପର୍କରେ ଜଣାଇବା ଲକ୍ଷ୍ୟରେ ଏହି କାଫେ ସ୍ଥାପନ କରାଯାଇଛି। କମାନ ଅମତ ସେତୁ ନିକଟରେ ଏହି କାଫେ ଖୋଲାଯାଇଛି ଏବଂ ଭାରତୀୟ ସେନା ଏହା ପରିଚାଳନା କରୁଛି। କିଛିମାସ ତଳେ ଏହି ଅଞ୍ଚଳରେ ଭାରତ ଓ ପାକିସ୍ତାନ ସେନା ମଧ୍ୟରେ ବ୍ୟାପକ ଗୁଳି ଗୋଳା ଆକ୍ରମଣ ହେଉଥିବାବେଳେ ସଂପ୍ରତି ଜଣେ ସେଠାରେ ବସି ସ୍ୱଚ୍ଛନରେ ଚା’ ଅଥବା କଫି ପିଇ
ପାରିବେ, ସେକଥା କେହି କେବେ ଭାବିନଥିଲେ ବୋଲି କାଫେକୁ ଆସିଥିବା ଜଣେ ସ୍ଥାନୀୟ ଅଧିବାସୀ କହିଛନ୍ତି। ଚଳିତ ବର୍ଷ ଫେବ୍ରୁଆରୀରେ ଦୁଇଦେଶର ସେନା ମଧ୍ୟରେ ଅସ୍ତ୍ରବିରତି ରାଜିନାମା ହେବାପରେ ଉକ୍ତ ଅଞ୍ଚଳରେ ଶାନ୍ତି ବିରାଜମାନ କରୁଛି। ସେଥିପାଇଁ କମାନ ଅଞ୍ଚଳରେ ଏହି କଫି ଦୋକାନ ଖୋଲାଯାଇଛି ଏବଂ ଏହା ଜାମ୍ମୁ କାଶ୍ମୀର ଜନସାଧାରଣଙ୍କୁ ଶାନ୍ତି ପ୍ରତିଷ୍ଠା ଦିଗରେ ପ୍ରେରିତ ବୋଲି କହିଛନ୍ତି କଫି ଦୋକାନରେ ଅବସ୍ଥାପିତ ଜଣେ ଭାରତୀୟ ଯବାନ। ଏହା ସ୍ଥାନୀୟ ଜନସାଧାରଙ୍କ ମନରେ ଶାନ୍ତି ପ୍ରତିଷ୍ଠା ନେଇ ଆସ୍ଥା ଓ ବିଶ୍ୱାସ ବୃଦ୍ଧିରେ ସହାୟକ ହେଉଥିବା ସେ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories