www.samajalive.in
Thursday, December 11, 2025
14.1 C
Bhubaneswar

ଅର୍ଥ ଅଭାବରୁ ଚିକିତ୍ସା ବ୍ୟାହତ, ବିଛଣାରେ ପଡି ବିତୁଛି ଜୀବନ

ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡମାଣତୀର ଗ୍ରାମର  ଦାଦନ ଶ୍ରମିକ ଦାଶରଥି ସାହୁ ରାଜ୍ୟ ବାହାରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ସ୍ୱାବଲମ୍ବୀ ହେବାର ଆଶା ରଖି ସେ ନିଜ ଗ୍ରାମକୁ ଫେରି ଗ୍ରାମରେ ଏକ ଫାଷ୍ଟଫୂଡ଼ ଦୋକାନ କରି ନିଜର ଦୁଇଟି ପିଲା ଏବଂ ପତ୍ନୀଙ୍କୁ  ନେଇ ହସଖୁସିରେ ସଂସାର ଚଳାଉଥିଲେ। କିନ୍ତୁ ୨୦୨୦ ମସିହା ଜାନୁଆରୀ ମାସ ୧୧ ତାରିଖରେ ପ୍ରତିଦିନ ପରି ରାତିରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ଗୋଟିଏ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଚାଲିଯାଇଥିଲା। ଦୁର୍ଘଟଣାରେ ଆହତ ହୋଇ ସେ ବିଭିନ୍ନ ଡାକ୍ତରଖାନାରେ ଚିକିସ୍ଥିତ ହୋଇଥିଲେ।  କିନ୍ତୁ ତାଙ୍କ ମେରୁଦଣ୍ଡରେ ଶକ୍ତ ଆଘାତ ଲାଗିଥିବା ଯୋଗୁଁ ସେ ଆଉ ଚଲlବୁଲା କରିପାରିଲେ ନାହିଁ । ସ୍ୱାମୀଙ୍କୁ ଭଲ କରିବା ପାଇଁ ତାଙ୍କ ସ୍ତ୍ରୀ ଘରେ ଯାହା ସମ୍ବଳ ଥିଲା ତାକୁ ସେ ବିକିଭାଙ୍ଗି ତାଙ୍କ ଚିକିତ୍ସାରେ ଖର୍ଚ୍ଚ କରିସାରିଲେଣି ।

 

ବିଭିନ୍ନ ଡାକ୍ତରଖାନାରେ ତାଙ୍କୁ ଚିକିତ୍ସା କରିବା ପରେ ଆଉ ପାଖରେ ସମ୍ବଳ କିଛି ନଥିବା ଯୋଗୁଁ ଅନ୍ୟ କେଉଁଠାରେ ନେଇ ଚିକିତ୍ସା କରିବା ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ। ଫଳରେ ଏବେ ସେ ନିରାଶ୍ରୟ ହୋଇ ସ୍ୱାମୀଙ୍କୁ ନିଜ ଘରକୁ ନେଇ ଆସିଛନ୍ତି। ଅର୍ଥ ଅଭାବରୁ ସେ ଆଉ କେଉଁଠାରେ ଚିକିସ୍ଥିତ ହୋଇପାରୁନାହାନ୍ତି l ଚିକିତ୍ସା ଅଭାବରୁ ଏବେ ସେ ଶଯ୍ୟାଶାୟୀ। ମେରୁଦଣ୍ଡରେ ଅସ୍ତ୍ରୋପଚାର ହେଲେ ସେ ସୁସ୍ଥ ହୋଇପlରନ୍ତେ ବୋଲି ଡାକ୍ତର କହୁଥିବାବେଳେ ଅର୍ଥ ହିଁ ସବୁ କ୍ଷେତ୍ରରେ ତାଙ୍କ ପାଇଁ ପ୍ରତିବନ୍ଧକ ସାଜିଛି। ଏଥିପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ଥିବାବେଳେ ବର୍ତମାନ ତାଙ୍କ ପାଖରେ ଆଉ କlଣି କଉଡ଼ିଟିଏ ନାହିଁ । ଯାହା ତାଙ୍କ ପାଖରେ ଥିଲା ସର୍ବସ୍ବ ସେ ତାଙ୍କ ଚିକିତ୍ସା ରେ ଖର୍ଚ୍ଚ କରି ଏବେ ସେ ନିରୁପାୟ ହୋଇ ବସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ତାଙ୍କୁ ସହାୟତା କରି ଯଦି ତାଙ୍କ ମେରୁଦଣ୍ଡରେ ଅସ୍ତ୍ରୋପଚାର କରାଯାଇପlରନ୍ତl ତାହେଲେ ସେ ସୁସ୍ଥ ହୋଇ ପାରନ୍ତେ ଏବଂ ତାଙ୍କର ସଂସାର ପୁଣି ହସି ଉଠନ୍ତା।ତେଣୁ ପ୍ରଶାସନ ଦୃଷ୍ଟି ଦେଇ ତାଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି।

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories