www.samajalive.in
Saturday, December 13, 2025
26.1 C
Bhubaneswar

ଏଏସଆଇ ଦାଖଲ କଲା ସତ୍ୟପାଠ

କଟକ : ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲାରେ ସୋମବାର ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସଆଇ) ପକ୍ଷରୁ ଭାରପ୍ରାପ୍ତ ସୁପରିନ୍‌ଟେଣ୍ଡିଂ ଅରୁଣ ମଲ୍ଲିକ ସତ୍ୟପାଠ ଦାଖଲ କରିଛନ୍ତି। ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କଲ୍ପେଶ ସତ୍ୟେନ୍ଦ୍ର ଜାଭେରୀ ଓ ଡକ୍ଟର ଜଷ୍ଟିସ ବି ଆର ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏଏସଆଇ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଛି ଯେ ନାଟମଣ୍ଡପ ମରାମତି କାମ ଆଗେଇ ଚାଲିଛି।
ଅନ୍ୟପକ୍ଷରେ ଏଏସଆଇ ପକ୍ଷରୁ ଗଠିତ କୋର କମିଟି ଆଜିଠାରୁ ନାଟ ମଣ୍ଡପ ଭିତର ଭାଗ ଅନୁଧ୍ୟାନ କରୁଛି। ଏହି ଟିମରେ ଏଏସଆଇ ବିଶେଷଜ୍ଞ, ଆଇଆଇଟି (ମାଡ୍ରାସ) ଓ ଆଇଆଇଟି(ଖଡ଼ଗପୁର) ପ୍ରଫେସର ସାମିଲ ହୋଇଥିବାବେଳେ ବୈଷୟିକ ଓ ବୈଜ୍ଞାନିକ ଦୃଷ୍ଟିକୋଣରୁ ଅନୁଧ୍ୟାନ କରାଯାଉଛି।
ସେହିପରି ମନ୍ଦିର ପାର୍ଶ୍ବବର୍ତ୍ତୀ ଦେବଦେବୀ ମନ୍ଦିର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଚାଲୁରହିଛି। ମାଉସୀ ମା ମନ୍ଦିର ଓ ଗୁଣ୍ଡିଚା ମନ୍ଦିର କାମ ପାଇଁ ଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟ ଭାର ନେଇଛି। ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୦ତାରିଖରେ ହେବା ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି। ହାଇକୋର୍ଟଙ୍କ ପକ୍ଷରୁ ନିଯୁକ୍ତ ଆମିକସକ୍ୟୁରି ଇଂ ଏନ କେ ମହାନ୍ତି ଉପସ୍ଥିତ ଥିବାବେଳେ ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରମାକାନ୍ତ ମହାପାତ୍ର, ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories