www.samajalive.in
Monday, December 8, 2025
13.1 C
Bhubaneswar

ଘରେ ସେବା ପହଞ୍ଚାଇବାକୁ ବୁଲିଲା ରାଜସ୍ୱ ରଥ 

ବୌଦ୍ଧ : କରୋନା ମହାମାରୀ ସମୟରେ ସାଧାରଣଲୋକଙ୍କ ପାଇଁ ସରକାରୀ କାର୍ଯ୍ୟାଳୟକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିବାବେଳେ ଜରୂରୀ କାର୍ଯ୍ୟ ପାଇଁ ଅନେକ ଲୋକ ହଇରାଣ ହେଉଥିବା ଜଣାଯାଇଛି। ତେବେ ଜିଲାପାଳଙ୍କ ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣୀକୁ ସ୍ଥଗିତ ରଖାଯାଇ ଆବେଦନକାରୀମାନେ ନିଜର ଅଭିଯୋଗକୁ ଲିଖିତ ଭାବରେ ପ୍ରଦାନ କରିବାକୁ କିମ୍ବା ମେଲ ଜରିଆରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଜାରୀ କରାଯାଇଛି। ଅଭିଯୋଗ ଗୁଡିକର ବିଚାର ପରେ ସଂପୃକ୍ତ ଅଧିକାରୀମାନଙ୍କୁ ଜିଲାପାଳଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଜାରି କରାଯିବାର ବ୍ୟବସ୍ଥା କରାଯାଇଛି। ସେହିପରି ବହୁ ସଂଖ୍ୟାରେ ଲୋକ ଜମି ପଟ୍ଟା ପାଇବାକୁ ଅପେକ୍ଷା କରିଥିବାବେଳେ ପ୍ରଶାସନ ପକ୍ଷରୁ ରାଜସ୍ୱ ରଥ ଜରିଆରେ ପଟ୍ଟାଦାରଙ୍କୁ ଘରେ ନେଇ ପଟ୍ଟା ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି ଉପଲକ୍ଷେ ଆଜି ବୌଦ୍ଧ ତହସିଲ କାର୍ଯ୍ୟାଳୟ ସମ୍ମଖରୁ ରାଜସ୍ୱ ରଥକୁ ଅତିରିକ୍ତ ଜିଲାପାଳ ଏନସି ଜ୍ୟୋତି ରଞ୍ଜନ ନାଏକ, ଉପଜିଲାପାଳ ଅଶ୍ୱନୀ କୁମାର ମେହେର ଓ ତହସିଲଦାର ସନତ କୁମାର ନାଏକ ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତିି।

ବୌଦ୍ଧ ତହସିଲ ପକ୍ଷରୁ ଏହି ରାଜସ୍ୱ ରଥ ଜରିଆରେ ଆଜି ୨୨ ଜଣଙ୍କୁ ସେମାନଙ୍କର ଘର ଓ ଜମି ପଟ୍ଟା ପ୍ରଦାନ କରାଯିବାକୁ ବ୍ୟବସ୍ଥା କରାଯାଇଥିବା ତହାସିଲଦାର ଶ୍ରୀ ନାଏକ ସୂଚନା ଦେଇଛନ୍ତି। ପ୍ରଶାସନ ପକ୍ଷରୁ ଏହିଭଳି ବ୍ୟବସ୍ଥାକୁ ସାଧାରଣଲୋକ ପ୍ରଶଂସା କରିଛନ୍ତି। ଏହାଦ୍ୱାରା ସରକାରୀ କାର୍ଯ୍ୟାଳୟରେ ଜନଗହଳି କମ୍ ହେବା ସହିତ ସଂକ୍ରମଣ ବ୍ୟାପିବା ଆଶଙ୍କା ମଧ୍ୟ କମ ରହିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories