www.samajalive.in
Monday, December 8, 2025
13.1 C
Bhubaneswar

ହୃଦ୍‌ରୋଗୀ ଅଧିକ ସଚେତନ ରହିବା ଜରୁରୀ

ପ୍ରଶ୍ନ: କରୋନା ମହାମାରୀ ସମୟରେ ହୃଦ୍‌ରୋଗୀ କିପରି ସୁରକ୍ଷିତ ରହିବେ?
ଉତ୍ତର: ହୃଦ୍‌ରୋଗୀଙ୍କ ପାଖରେ କରୋନା ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ଭୟ ନକରି ତୁରନ୍ତ ପରୀକ୍ଷା କରାଇ ନେବା ଦରକାର। ହୃଦ୍‌ରୋଗ ସହ ମଧୁମେହ ଓ ଉଚ୍ଚ ରକ୍ତଚାପ ଥିଲେ ବ୍ଲଡ୍‍ଥିନର ଔଷଧ ଖାଇବା ଉଚିତ। ତା’ ଛଡ଼ା ସାଧାରଣ ଲୋକଙ୍କ ଅପେକ୍ଷା ହୃଦ୍‌ରୋଗୀ ଅଧିକ ସଚେତନ ରହିବା ଭଲ।

ପ୍ରଶ୍ନ: ହୃଦ୍‌ରୋଗୀ ସଂକ୍ରମିତ ହେଲେ କ’ଣ କରିବା ଉଚିତ?
ଉତ୍ତର: ସଂକ୍ରମିତ ହେଲେ ଡାକ୍ତରଙ୍କ ପରାମର୍ଶକ୍ରମେ କରୋନା ଆରୋଗ୍ୟ ପାଇଁ ଔଷଧ ସେବନ କରିବେ। କରୋନା ଔଷଧ ସହିତ ବ୍ଲଡଥିନର ଔଷଧ ଦିଆଯାଇ ପାରିବ। ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବିଭିନ୍ନ ପ୍ରକାର ପରୀକ୍ଷା କରିବାକୁ ପଡ଼ିଥାଏ। ରିପୋର୍ଟ ଅନୁସାରେ ପୁଣି ଚିକିତ୍ସା ଆରମ୍ଭ ହୁଏ।

- Advertisement -

ପ୍ରଶ୍ନ: କରୋନା ଆରୋଗ୍ୟ ପରେ ହୃଦ୍‌ରୋଗୀ କିପରି ନିଜକୁ ସୁସ୍ଥ ରଖିବେ?
ଉତ୍ତର: କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ଦେଖିଲେ ରୋଗୀଙ୍କ ହୃଦୟ (ହାର୍ଟ)ଦୁର୍ବଳ ହୋଇଯାଏ। ଆରୋଗ୍ୟର ୩/୪ ସପ୍ତାହ ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଇସିଜି ଓ ଇକୋ ପରୀକ୍ଷା କରାଇ ନେବା ଭଲ। କିଛି ସମସ୍ୟା ଥିଲେ ଔଷଧ ଖାଇବାକୁ ପଡ଼ିବ। ସ୍ୱାସ୍ଥ୍ୟ ହିଁ ନିଜର ସମ୍ପଦ। ଏହାକୁ ଲକ୍ଷ୍ୟ କରି ପ୍ରତ୍ୟେକ ଲୋକ ସଚେତନ ହେବା ଦରକାର।

ପ୍ରଶ୍ନ: କରୋନା ଆକ୍ରାନ୍ତ ହୃଦ୍‌ରୋଗୀ ବ୍ଲାକ୍‌ ଫଙ୍ଗସ୍‌ରେ ପୀଡ଼ିତ ହେଉଛନ୍ତି କି?
ଉତ୍ତର: କଳାଦାଗ(ବ୍ଲାକ୍‌ ଫଙ୍ଗସ୍‌) ଗୋଟିଏ ବଡ଼ ରୋଗ ନୁହେଁ। ଏହି ରୋଗ ପୂର୍ବରୁ ଥିଲା। ହୃଦ୍‌ରୋଗୀ ଭୟଭୀତ ହେବାର ନାହିଁ। ତେବେ ଷ୍ଟିରଏଡ ନେଲେ ରୋଗୀର ରୋଗ ପ୍ରତିରୋଧକ ଶକ୍ତି କମିଯାଏ। କରୋନାକୁ ନେଇ ଲୋକଙ୍କ ଚାଲି ଚଳଣିରେ ଏଭଳି ପରିବର୍ତ୍ତନ ହୋଇଛି ଯେ ମନଇଚ୍ଛା ଔଷଧ ଖାଇବାକୁ ପଛାଉ ନାହାନ୍ତି। ଏହା ଭୁଲ୍‌। ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଖାଇବା ଅନୁଚିତ। ଲୋକେ ଘରେ ରହି ଷ୍ଟିରଏଡ ନେଉଛନ୍ତି। ଏହାର କୁପରିଣାମ ହେଉଛି ବ୍ଲାକ୍‌ ଫଙ୍ଗସ୍‌।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories