www.samajalive.in
Saturday, December 13, 2025
14.1 C
Bhubaneswar

ବୁଢିପଦର ଧର୍ନୀ ପୀଠରେ ଶୀତଳ ପୂଜା

ନର୍ଲା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢିପଦର ଠାରେ ଆଜି ଧର୍ନୀ ଦେବୀଙ୍କ ଶୀତଳ ପୂଜା ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଦିନ ଧର୍ନୀ ଦେବୀଙ୍କ ନବକଳେବର ନୀତି ସଂପାଦିତ ହୋଇଥିଲା। ଏହାପରେ ଆଜି (ରବିବାର) ଧର୍ନୀଙ୍କ ସମେତ ମାଏଲି, କୁଞ୍ଜିଆ ଭୀମା, କନ୍ଧେନ ରାନୀ, ଡୁମେର ରାନୀ, କଲାପାର, ଡଙ୍ଗରବୁଢା, ରପାଙ୍ଗ, ଗବଡା, ବାମନେନ ବୁଢି, ଗଣା ବୁଢା, ବଜର ଗଡେନ, ପାଦଧୁଏନ ଆଦି ଦେବାଦେବୀଙ୍କ ଶାନ୍ତି ବିଧାନ ପାଇଁ ଶୀତଳ ପୂଜା କରାଯାଇଥିଲା। ଜାଣତ ଅଜାଣତରେ ଗ୍ରାମବାସୀମାନେ କରିଥିବା ଦୋଷ ତୃଟି ପାଇଁ ଗୈାନ୍ତିଆ ଦେବୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରି ପର୍ଯ୍ୟାୟକ୍ରମେ ଭୂମୀରେ ଅଭିମନ୍ତ୍ରୀତ ଜଳ, କ୍ଷୀର ଓ ମଦ୍ୟ ଅର୍ପଣ କରିଥିଲେ। ଏହାପରେ ବିଧି ମୁତାବକ ଦେବୀଙ୍କୁ ଭୋଜ୍ୟ ବସ୍ତୁ ଅର୍ପଣ କରାଯାଇଥିଲା।

 

- Advertisement -

ଗ୍ରାମର ଗୈାନ୍ତିଆ କୁବେର ମାଝୀ, ସାନ ଗୈାନ୍ତିଆ ଧନେ ମାଝୀ, ଜାନୀ ଗୁରୁ ସିଂ ମାଝୀ, ଭଗବାନ ମାଝୀ, ଗଣା ଡୁମେର ହରିଜନ ଆଦି ଶୀତଳ ପୂଜା ନିତି ସଂପାଦନା କରିଥିଲେ। ଶୀତଳ ପୂଜା କରିବା ଦ୍ବାରା ପୃଥିବୀ ଦେବୀ (ଧର୍ନୀ) ଶାନ୍ତ ହେବାସହ ସର୍ବଦେବାଦେବୀ ସନ୍ତୁଷ୍ଟ ହୋଇଥାନ୍ତି। ଏହାସହ ଗ୍ରାମରୁ ରୋଗ ବୈରାଗ ଦୂର ହୋଇ ଶାନ୍ତି ବିରାଜମାନ କରିଥାଏ ଏବଂ ଉତ୍ତମ ଫସଳ ହୋଇଥାଏ ବୋଲି ବିଶ୍ବାସ ରହିଛି। କାର୍ଯ୍ୟକ୍ରମରେ ଲୋକ ସଂସ୍କୃତି ଗବେଷକ ସୁନୀଲ କୁମାର ଧଙ୍ଗଡାମାଝୀ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡାମାଝୀ, ଗଜାନନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସତ୍ରୁଘନ ଧଙ୍ଗଡା ମାଝୀ, ପଣ୍ଡିତ ତରୁଣ ଗଉଡ ପ୍ରମୁଖ ଉପସ୍ଥିତ ଥିବାବେଳେ ଗ୍ରାମବାସୀମାନେ ସହଯୋଗ କରିଥିଲେ।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories