ମୋହନା : ସ୍ଥାନୀୟ ବିରିକୋଟ ଗ୍ରାମ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ କୋଭିଡ-୧୯ର ନିୟମ ଅନୁସାରେ ବିଶ୍ଵ ଡେଙ୍ଗୁ ଦିବସ ପାଳନ ହୋଇଯାଇଛି। ଏହି ଦିବସରେ ଉପସ୍ଥିତ ଅତିଥିମାନଙ୍କୁ ଚିକିସ୍ଥା ଅଧିକାରୀ ଡ଼.ପ୍ରଶାନ୍ତ କୁମାର ସାହୁ ଡେଙ୍ଗୁର ଲକ୍ଷଣ, ଡେଙ୍ଗୁ କିପରି ବ୍ୟାପେ , ପରିବେଶକୁ କିପରି ପରିଷ୍କାର ପରିଚ୍ଛନ୍ନ ରଖିବା, ଡେଙ୍ଗୁ ନ ବ୍ୟାପିବା ପାଇଁ ଜଣ ପଦକ୍ଷେପ ନେବା, ଡେଙ୍ଗୁ ଠାରୁ କିଭଳି ଦୂରେଇ ରହିବା ଆଦି ସଂପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଫର୍ମାଶିଷ୍ଟ ରତ୍ନାକର ପାତ୍ର, ଏଏନ୍ଏମ୍ ଯାଜ୍ଞସେନୀ ବସ୍ତ୍ର ରାୟ ପ୍ରମୁଖ କର୍ମଚାରୀ ଉପସ୍ଥିତ ଥିଲେ।
Popular Categories



