www.samajalive.in
Saturday, December 13, 2025
26.1 C
Bhubaneswar

ରାଜ୍ୟରେ ଦିନକରେ ୧୧୭୩୨ ନୂଆ କରୋନା ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୭୧୦

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୭୩୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୭୧୦ ଜଣ ଥିବା ଜଣାଯାଇଛି। ନୂଆକରି ଚିହ୍ନଟଙ୍କ ମଧ୍ୟରେ ସଂଗରୋଧରୁ ୬୫୬୯ ଏବଂ ସ୍ଥାନୀୟ ସଂକ୍ରମିତ ୫୧୬୩ ଜଣ ରହିଛନ୍ତି। ଗତକାଲି ଗୋଟିଏ ଦିନରେ ଅନଗୁଳରୁ ୭୦୦, ବାଲେଶ୍ୱର ୪୭୨, ବରଗଡ ୩୬୩, ଭଦ୍ରକ ୪୧୪, ବଲାଙ୍ଗୀର ୪୦୧, ବଉଦ ୨୭୭ ଏବଂ କଟକରୁ ୮୭୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଦେବଗଡରୁ ୧୨୯, ଢେଙ୍କାନାଳ ୧୫୩, ଗଜପତି ୭୭, ଗଞ୍ଜାମ ୨୫୯, ଜଗତସିଂହପୁର ୩୩୦, ଯାଜପୁର ୩୮୩, ଝାରସୁଗୁଡା ୩୯୧, କଳାହାଣ୍ଡିରୁ ୨୭୪ ଜଣଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ କନ୍ଧମାଳରୁ ୮୪, କେନ୍ଦ୍ରାପଡା ୧୩୯, କେନ୍ଦୁଝର ୨୨୦, କୋରାପୁଟ ୨୮୯, ମାଲକାନଗିରି ୧୪୫, ମୟୁରଭଞ୍ଜ ୪୧୮, ନବରଙ୍ଗପୁର ୪୧୭, ନୟାଗଡ ୨୬୧, ନୂଆପଡା ୨୨୦, ପୁରୀ ୩୯୦, ରାୟଗଡା ୨୪୫, ସମ୍ବଲପୁର ୩୫୮, ସୋନପୁର ୨୫୫, ସୁନ୍ଦରଗଡ ୬୪୧ ଏବଂ ଷ୍ଟେଟପୁଲରୁ ୨୬୭ ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୧୦୮୮୨୭୫୬ ନମୁନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୬୧୨୨୨୪ କୋଭିଡ ସଂକ୍ରମିତ ହୋଇଥିବାବେଳେ ୫୦୨୪୫୫ ଜଣ ଆରୋଗ୍ୟଲାଭ କରିସାରିଛନ୍ତି। ରାଜ୍ୟରେ ସଂପ୍ରତି ୧୦୭୪୦୩ ଜଣ ସକ୍ରିୟ ସଂକ୍ରମିତ ରହିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ୱିଟ୍‍ କରି ସୂଚନା ଦିଆଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories