www.samajalive.in
Sunday, December 14, 2025
26.1 C
Bhubaneswar

ନୂଆପଡ଼ାରେ ରାଜ୍ୟର ସର୍ବବୃହତ ପ୍ରାଚୀର ଚିତ୍ର

ନୂଆପଡ଼ା: ନୂଆପଡ଼ା ଜିଲାର ଚିତ୍ରଶିଳ୍ପୀମାନେ ରାଜ୍ୟର ସର୍ବବୃହତ ପ୍ରାଚୀର ଚିତ୍ର ଆଙ୍କି ଚର୍ଚ୍ଚାକୁ ଆସିଛନ୍ତି। ଜିଲାର ପୁଲିସ ପଡ଼ିଆସ୍ଥିତ ଅନ୍ତର୍ଗୃହ କ୍ରୀଡ଼ାଙ୍ଗନ (ଇନ୍‌ଡୋର ଷ୍ଟାଡିୟମ୍‌)ର ବାହ୍ୟ ପ୍ରାଚୀରରେ ରାଜ୍ୟର ଏହି ସର୍ବବୃହତ ପ୍ରାଚୀର ଚିତ୍ର ଅଙ୍କନ କରାଯାଇଛି। ଏହାର ବାହ୍ୟ ପ୍ରାଚୀରରେ ଭାରତର ବ୍ୟାଡ୍‌ମିଣ୍ଟନ ତାରକା ପିଭି ସିନ୍ଧୁଙ୍କ ଅଲିମ୍ପିକ୍ସ ପଦକ ପାଇବାର ମୁହୂର୍ତ୍ତର ଛବିକୁ ଅଙ୍କା ଯାଇଛି।

କରୋନାର ପ୍ରଥମ ଲହର ସମୟରେ ସହରାଞ୍ଚଳ ଚିତ୍ରଶିଳ୍ପୀମାନଙ୍କୁ ରୋଜଗାର ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ସହରାଞ୍ଚଳ ଶ୍ରମ ନିଯୁକ୍ତି କାର୍ଯ୍ୟକ୍ରମର ଘୋଷଣା କରିଥିଲେ। ଏହି କ୍ରମରେ ସଦର ମହକୁମାର ଜାତୀୟ ରାଜପଥ ପାର୍ଶ୍ବସ୍ଥ ସମସ୍ତ ସରକାରୀ ପ୍ରାଚୀରରେ ଚିତ୍ରକଳା ଆଙ୍କିବାକୁ ଜିଲାର ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମର ଭୁପିନ୍ଦ୍ର ମେହେରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ପରେ ଅନ୍ତର୍ଗୃହ କ୍ରୀଡ଼ାଙ୍ଗନର ବାହ୍ୟ ପ୍ରାଚୀରର ଦାୟିତ୍ୱ ମଧ୍ୟ ତାଙ୍କୁ ପ୍ରଦାନ କରାଯାଇଥିଲା। ପରେ ଭୁପିନ୍ଦର ଡୁଆଝର ଗ୍ରାମର ସାରଙ୍ଗ ମେହେରଙ୍କ ସହଯୋଗ ଲୋଡ଼ିଥିଲେ।

- Advertisement -

ସାରଙ୍ଗ ଭୁବନେଶ୍ବରସ୍ଥିତ ବି.କେ. କଲେଜ ଅଫ ଆର୍ଟରୁ ଚିତ୍ରକଳାରେ ସ୍ନାତକ ଡିଗ୍ରୀ ସହ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଚିତ୍ରକଳାରେ ଏମଫିଲ କରିଛନ୍ତି ଓ ଅଧୁନା ଖୋର୍ଦ୍ଧା ଜିଲାରେ ଅବସ୍ଥାନ କରୁଛନ୍ତି। ଭୁପିନ୍ଦ୍ର ମଧ୍ୟ ନିଜେ ଖଲିକୋଟସ୍ଥିତ ଚାରୁ ଓ କାରୁକଳା ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ସେହି ମହାବିଦ୍ୟାଳୟର ଜଣେ ବନ୍ଧୁ ଶିବା ନାୟକ(ଗଜପତି)ଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ଏହିପରି ଭୁପିନ୍ଦର, ସାରଙ୍ଗ, ଶିବା, ବିଜୁ ଓ ଅନ୍ୟ ଦୁଇଜଣ ସହଯୋଗୀଙ୍କୁ ନେଇ ୧୫ ଦିନର ଅକ୍ଳାନ୍ତ ପରିଶ୍ରମ ଦ୍ୱାରା ଓଡ଼ିଶାର ସର୍ବ ବୃହତ ପ୍ରାଚୀତ ଚିତ୍ର ସମ୍ଭବ କରିପାରିଛନ୍ତି ବୋଲି ଭୁପିନ୍ଦର କହିଛନ୍ତି। ପ୍ରାଚୀର ଚିତ୍ରଟି ୩୦ ଫୁଟ ଉଚ୍ଚ ଥିଲାବେଳେ ୯୦ ଫୁଟ ଚଉଡ଼ା ରହିଛ ଓ ପ୍ରାୟତଃ ୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହା ଓଡ଼ିଶାର ସର୍ବ ବୃହତ ପ୍ରାଚୀର ଚିତ୍ରକଳା ବୋଲି ଶିଳ୍ପୀମାନେ ଦାବି କରିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories