www.samajalive.in
Saturday, December 13, 2025
14.1 C
Bhubaneswar

କନ୍ଧମାଳ ଜିଲାରେ ତାଲାବନ୍ଦ କଡ଼ାକଡ଼ି; ଆଜି ୮୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଫୁଲବାଣୀ:ଶନିବାର କନ୍ଧମାଳ ଜିଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩ ରହିଛିି। ଏହାକୁ ମିଶାଇ ଜିଲାରେ ଆଜି ସୁଦ୍ଧା ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୭୬୭୮ ହୋଇଥିବା ବେଳେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ବଢି ୮୬୮ ହୋଇଛି।ଗତ ୨୪ ଘଣ୍ଟା ମଧ୍ୟରେ ୫୩ ଜଣ ସୁସ୍ଥ ହୋଇଥିବାରୁ ସମୂଦାୟ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୬୭୭୩ରେ ପହଂଚିଛି। ଜିଲା ପ୍ରଶାସନ ସୂଚନା ଅନୁସାରେ ଜିଲାରେ କୋଭିଡ ମହାମାରୀରେ କନ୍ଧମାଳ ଜିଲାରେ ମୃତ୍ୟୁ ସଂଖ୍ୟା ୩୭ ହୋଇଛି। ଏଥି ମଧ୍ୟରେ ପ୍ରଥମ ଲହରରେ ୩୩ ଜଣ ପ୍ରାଣ ହରାଇ ଥୁବା ବେଳେ ଚଳିତ ଲହରରେ ସରକାରୀ ଭାବେ ୪ ଜଣ ମୃତ୍ୟୁବରଣ ହୋଇଥିବା ଘୋଷଣା କରାଯାଇଛି। ଆଜିର ସଂକ୍ରମିତଙ୍କ ମଧ୍ୟରେ ଫୁଲବାଣି ପୌରାଞ୍ଚଳର ୧୪ ଜଣ ଥିବା ବେଳେ ଫୁଲବାଣୀ ବ୍ଲକ ଅଞ୍ଚଳର ୨ ଜଣ ଆକ୍ରାନ୍ତ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବାଲିଗୁଡା ଏନଏସସିର ୩ ଜଣ ଓ ବାଲିଗୁଡା ବ୍ଲକ ଅଞ୍ଚଳରୁ ୮ ଜଣ, ଜି.ଉଦୟଗିରିର ୪ ଜଣ, କୋଟଗଡର ୧୫ ଜଣ, କେ.ନୂଆ ଗାଁର ୭ ଜଣ, ଖଜୁରୀପଡାରୁ ୨ ଜଣ, ଦାରିଙ୍ଗବାଡିରୁ ୮ ଜଣ, ଫିରିଙ୍ଗିଆରୁ ୭ ଜଣ, ଟିିକାବାଲିର ୬ ଜଣ, ଚକାପାଦର ୪ ଜଣ ଓ ରାଇକିଆରୁ ଜଣେ, ତୁମୁଡିବନ୍ଧରୁ ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଳାହାଣ୍ଡି ଜିଲାରୁ ଜଣେ କନ୍ଧମାଳବାସୀ ପଜିଟିଭ ଠାବ ହୋଇଛନ୍ତି।

 

- Advertisement -

କନ୍ଧମାଳ ଜିଲାରେ ଶୁକ୍ରବାର ସଂକ୍ରମିତଙ୍କ ସଂଖ୍ୟା ଶହେ ଉପରେ ଥିବା ବେଳେ ଆଜି ପୁଣି ତଳକୁ ଖସଛି । ଗତ କିଛି ଦିନ ଧରି ଜିଲାର ଗ୍ରାମାଞ୍ଚଳରେ ସଂକ୍ରମଣ ବଢିୁଥିବା ଲକ୍ଷ୍ୟ କରାଯାଇଛି। ଜିଲାର ସମସ୍ତ ୧୪ଟି ଟିକାକରଣ କେନ୍ଦ୍ରରେ ଏବେ ଟିକାଦାନ ପ୍ରକ୍ରିୟା ଚାଲୁ ରହିଛି। ତେବେ କେବଳ ଦ୍ୱୀତିୟ ପାନ ନେବା ଲୋକଙ୍କୁ ହିଁ ଟିକା ଦିଆଯାଉଥିବା ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ଶନିବାର ଓ ରବିବାର ତାଲାବନ୍ଦକୁ ସମଗ୍ର ଜିଲାରେ କଡ଼ାକଡ଼ି କରାଯାଇଛି। ଦିକୁ ଦିନ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରୁ ସମଗ୍ର ଜିଲାରେ ପୁଲିସ୍ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ବିିଭିନ୍ନ ସ୍ଥାନରେ ପୁଲିସ୍ ପକ୍ଷରୁ ରାସ୍ତାରେ ଯାତାୟତ କରୁଥିବା ବ୍ୟକ୍ତିମାନଙ୍କ ପଚରାଉଚୁରା କରିବା ସହିତ ବହୁ ଅମାନିଆଙ୍କ ଠାରୁ ଜରିମାନା ମଧ୍ୟ ଆଦାୟ କରାଯାଇଛି। ଆଗାମୀ ଦିନରେ ଏହା ଜାରି ରହିବ ବୋଲି ମଧ୍ୟ ପୁଲିସ୍ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories