www.samajalive.in
Wednesday, December 10, 2025
18.1 C
Bhubaneswar

ନବରଙ୍ଗପୁର କୋଭିଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଭଙ୍ଗାରୁଜା

ନବରଙ୍ଗପୁର: ନବରଙ୍ଗପୁର ସ୍ଥିତ କୋଭିଡ ମେଡିକାଲ ପରିସରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କୋଭିଡ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଉତେଜନା ଦେଖାଦେଇଛି । ବାପାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ଦୁଇ ପୁଅ ଉତେଜିତ ହୋଇ ମେଡିକାଲରେ ପସି ଭଙ୍ଗାରୁଜା କରିବା ସହ ମହାପ୍ରୟାଣ ଗାଡିର କାଚ ଭାଙ୍ଗିଥିବା ଅଭିଯୋଗ ହୋଇଛି ।

ବାପାଙ୍କ ମୃତ୍ୟୁ ପରେ ଦୁଇ ପୁଅ ମହାପ୍ରୟାଣ ଗାଡିକୁ ଭାଙ୍ଗିବା ସହ ଡାକ୍ତରଖାନା ପରିସର ରେ ଥିବା ଟେବୁଲ ଚେଆର ମଧ୍ୟ ଭାଙ୍ଗିଥିବା ସୂଚନା ମିଳିଛି । ଗତ କାଲି ନବରଙ୍ଗପୁର ସହରର ଜଣେ ବ୍ୟକ୍ତି କୋଭିଡରେ ଆକ୍ରାନ୍ତ ହୋଇ ନବରଙ୍ଗପୁର କୋଭିଡ ଡାକ୍ତରଖାନାରେ ଭର୍ତି ହୋଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଦିନ ୪ ଟାରେ ତାଙ୍କ ମୃତ୍ୟ ଘଟିଥିଲା। ମୃତ୍ୟୁ ଖବର ପରିବାର ଲୋକଙ୍କୁ ଦିଆଯିବା ସହ ମହାପ୍ରୟାଣ ଗାଡିରେ ଶବ ସତ୍କାର କରାଯିବାର ବ୍ୟବସ୍ତା କରାଯାଇଥିଲା। ଠିକ ଏହି ସମୟରେ ମୃତ ବ୍ୟକ୍ତିଙ୍କ ଦୁଇ ପୁଅ ପହଞ୍ଚି ଭଙ୍ଗାରୁଜା ଆରମ୍ଭ କରିଦେଇଥିଲେ। ଉତ୍ତେଜନା ଖବର ପାଇ ପୋଲିସ ପହଞ୍ଚି ଦୁଇ ପୁଅଙ୍କୁ ଥାନାରେ ଅଟକ ରଖିଛି । ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଭାସ୍କର ରାଇତ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories