www.samajalive.in
Monday, December 8, 2025
24.1 C
Bhubaneswar

ଜି.ଉଦୟଗିରିରେ କରୋନା ମୃତ୍ୟୁ ସଂଖ୍ୟା ତିନିକୁ ଛୁଇଁଲା

ଜି.ଉଦୟଗିରି : କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଜି.ଉଦୟଗିରି ବିଜ୍ଞପିତ ଅଞ୍ଚଳ ପରିଷଦରେ କରୋନା ମୃତ୍ୟୁ ସଂଖ୍ୟା ତିନିକୁ ଛୁଇଁଥିବା ଜଣାପଡିଛି। ବିଜ୍ଞପିତ ଅଞ୍ଚଳ ପରିଷଦର ୩ ନଂ ଓ୍ବାର୍ଡ ତେଲି ସାହିର ଉର୍ମୀଳା ସାହୁ (୭୪) ଓ ୧୧ ନଂ ଓ୍ବାର୍ଡ ବ୍ୟାଙ୍କ କଲୋନୀର ନଳିନୀ କାନ୍ତ ନାୟକ (୭୪)ଙ୍କର କରୋନା ପଜିଟିଭ ବାହାରିଥିଲା। ତାଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ କରୋନା ଔଷଧ ପ୍ରଦାନ କରାଯାଉଥିବା ବେଳେ ଘରୋଇ ସଙ୍ଗରୋଧରେ ଥିଲେ। ଘରେ ସଙ୍ଗରୋଧରେ ଥିବାବେଳେ ସ୍ବାସ୍ଥ୍ୟ ଅଧିକ ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ସ୍ଥିତ କୋଭିଡ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ଫୁଲବାଣୀ ଠାରେ ଆଜି ଉଭୟଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ଖବର ପାଇ ବ୍ଳକ ପ୍ରଶାସନ ମୂଖ୍ୟ ବିଜୟ କୁମାର ପ୍ରଧାନ, ତହସିଲଦାର ଜନ୍ମେଜୟ ସାହୁ, ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର, ପୋଲିସ ଏ.ଏସ ଆଇ ସୂବାଷ ଚନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପିପିଇ କିଟ୍ ପିନ୍ଧି ଶ୍ମଶାନରେ ଦାହ କରାଯାଇଥିଲା। ଏଥି ପାଇଁ ବ୍ଳକ ପ୍ରଶାସନ ତରଫରୁ ଶବଦାହ କରିବାକୁ କାଠ ଯୋଗାଇ ଦିଆଯାଇଥିବା ଜଣାପଡିଛି। ପ୍ରକାଶ ଥାଉକି ଗତ ୧୧ ତାରିଖ ଦିନ ଶ୍ରୀରାମପଦାର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା। ଜି.ଉଦୟଗିରିରେ କରୋନା ମୃତ୍ୟୁ ସଂଖ୍ୟା ତିନି ହୋଇଥିବା ଜଣାପଡିଛି।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories