www.samajalive.in
Monday, December 8, 2025
13.1 C
Bhubaneswar

ଲୋକଙ୍କ ଘରେ ଟିକାକରଣକୁ ଅନୁମତି ଦିଅ: ଭାରତୀୟ ଚିକିତ୍ସକ ସଂଘ

ନୂଆଦିଲ୍ଲୀ: କୋଭିଡ-୧୯ ସଂକ୍ରମଣରୁ ଜନସାଧାରଣଙ୍କୁ ସୁରକ୍ଷିତ ରଖିବାକୁ ସେମାନଙ୍କ ଘରେ ଟିକାକରଣ ପାଇଁ ଅନୁମତି ଦେବାକୁ ଭାରତୀୟ ଚିକିତ୍ସକ ସଂଘ (ଆଇଏମଏ) କେନ୍ଦ୍ର ସରକାରଙ୍କୁ କହିଛି। ସୂଚନାଯୋଗ୍ୟ ଯେ ବମ୍ବେ ଉଚ୍ଚ ନ୍ୟାୟାଳୟ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇ ଏହାର ନୀତିର ପୁନଃ ସମୀକ୍ଷା କରିବା ଏବଂ ଘରକୁ ଘର କୋଭିଡ ଟିକାକରଣ ବିଷୟକୁ ସାମିଲ କରିବାକୁ କହିଛନ୍ତି। ଭାରତୀୟ ଚିକିତ୍ସକ ସଂଘର ସଦସ୍ୟମାନେ କହିଛନ୍ତି, ଏହଦ୍ୱାରା ବର୍ତ୍ତମାନ ଚାଲିଥିବା ଟିକାକରଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ଏବଂ ରେକର୍ଡ ସମୟରେ ସର୍ବାଧିକ ଲୋକଙ୍କର ଟିକାକରଣ ସମ୍ଭବ ହେବ। ସେଥିପାଇଁ କେନ୍ଦ୍ର ସରକାରଙ୍କୁ ତାଙ୍କ ନୀତିରେ ଆବଶ୍ୟକ ସଂଶୋଧନ କରିବାକୁ ପଡିବ ବୋଲି ସଂଘର ରାଷ୍ଟ୍ରୀୟ ସଭାପତି ତଥା ବରିଷ୍ଠ ଚିକିତ୍ସକ ଡା.ଜେ ଏ ଜୟଲାଲ କହିଛନ୍ତି। ସମଗ୍ର ଦେଶରେ ୩.୫୬ ସଦସ୍ୟ ଥିବା ଭାରତୀୟ ଚିକିତ୍ସକ ସଂଘ ଏହି ମର୍ମରେ କେନ୍ଦ୍ର ସରକାରଙ୍କୁ ପତ୍ରଲେଖିବ ବୋଲି କହିଛନ୍ତି ବରିଷ୍ଠ ଚକିତ୍ସକ ଡା. ଉମେଶ ଇସାଲକାର। ସେ କହିଛନ୍ତି, ଏହି ପ୍ରୟାସରେ ଭାରତୀୟ ଚିକିତ୍ସକ ସଂଘର ସଦସ୍ୟଗଣ ଟିକାଦାନକାରୀ ଅଥବା ଟିକାକରଣ କରୁଥିବା ଗୋଷ୍ଠୀର ଅନୁଧ୍ୟାନକାରୀ ଭାବରେ ତାଙ୍କ ସହିତ ଉପସ୍ଥିତ ରହି ଏହାକୁ ପୂର୍ଣ୍ଣ ସମର୍ଥନ କରିବେ। କ୍ଷୁଦ୍ର ଚିକିତ୍ସା ପ୍ରତିଷ୍ଠାନ, ଆବାସିକ ସୋସାଇଟି ପରିସର, ବିଦ୍ୟାଳୟ, ମହାବିଦ୍ୟାଳୟ ପରିସର ଆଦିରେ ଏଭଳି ଟିକାକରଣ ଆୟୋଜନ ପାଇଁ ପରାମର୍ଶ ଦେଇଛନ୍ତି ଡା. ଜୟଲାଲ। ସଂଘର ହସପିଟାଲ ବୋର୍ଡ ଅଫ ଇଣ୍ଡିଆ (ଏଚବିଆଇ) ପୁନେ ଶାଖା ଅଧ୍ୟକ୍ଷ ଡା. ସଞ୍ଜୟ ପାଟିଲ କହିଛନ୍ତି, ଘରକୁ ଘର ଟିକାକରଣ ଦ୍ୱାରା ଖୁବଶୀଘ୍ର ଗୋଷ୍ଠୀ ରୋଗ ପ୍ରତିରୋଧ ଶକ୍ତି (ହର୍ଡ ଇମ୍ୟୁନିଟି) ହାସଲ କରାଯାଇପାରିବ। ଏ ଦିଗରେ ଭାରତୀୟ ଚିକିତ୍ସକ ସଂଘ ସରକାର ଏବଂ ଜିଲା ପ୍ରଶାସନକୁ ସହଯୋଗ କରିବାକୁ ପ୍ରସ୍ତୁତ ଅଛି। ୪୫ ବର୍ଷରୁ ଅଧିକ ବୟସ୍କ ତଥା ଅନ୍ୟାନ୍ୟ ଜଟିଳ ରୋଗ ଥିବା ବ୍ୟକ୍ତିଙ୍କୁ ଅଗ୍ରାଧିକାର ଦେଇ ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକାକରଣ କରାଯିବା ଆବଶ୍ୟକତା ରହିଥିବା ସେ କହିଛନ୍ତି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories