www.samajalive.in
Saturday, December 6, 2025
16.1 C
Bhubaneswar

ବଜ୍ରପାତରେ ୧୮ ହାତୀ ମୃତ

ଗୌହାଟୀ: ଆସାମର ନ’ଗାଁ ଜିଲା ଜଙ୍ଗଲରେ ବଜ୍ରପାତ ଘଟି ଏକକାଳୀନ ୧୮ଟି ହାତୀଙ୍କ ମୃତ୍ୟୁ ହୋଇଛି। କଠିୟାଟୋଲୀ ରେଞ୍ଜ୍‌ର କୁଣ୍ଡଲୀ ବନାଞ୍ଚଳ ପାହାଡ଼ରେ ଏହି ହାତୀଙ୍କ ମୃତଦେହ ଗୁରୁବାର ଠାବ କରାଯାଇଛି। ରାଜ୍ୟ ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ ବୁଧବାର ରାତିରେ ଭୀଷଣ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ଏଥିରେ ହାତୀଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ସମ୍ପୃକ୍ତ ଅଞ୍ଚଳ ଅତ୍ୟନ୍ତ ଦୁର୍ଗମ ପାହାଡ଼ିଆ। ବନ କର୍ମଚାରୀମାନେ ମଧ୍ୟାହ୍ନ ସୁଦ୍ଧା ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କ ମୃତଦେହ ଜବତ କରିଛନ୍ତି। ପାହାଡ଼ ଉପରୁ ୧୪ ହାତୀ ମୃତଦେହ ମିଳିଥିବାବେଳେ ଅନ୍ୟଗୁଡ଼ିକ ପହାଡ଼ର ନିମ୍ନଦେଶରୁ ମିଳିଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଏହି ଘଟଣାରେ ବ୍ୟଥିତ ହେବା ସହ ତଦନ୍ତ ନିର୍ଦେଶ ଦେଇଛନ୍ତି। ଜଙ୍ଗଲ ମନ୍ତ୍ରୀ ପରିମଳ ଶୁକ୍ଳାବା ଘଟଣାସ୍ଥଳକୁ ଯାଇଛନ୍ତି। ପ୍ରାରମ୍ଭିକ ତଦନ୍ତରୁ ହାତୀମାନଙ୍କର ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି; ତେବେ ଘଟଣାର ପ୍ରକୃତ କାରଣ ଅନୁଧ୍ୟାନ କରାଯାଉଥିବା ମୁଖ୍ୟ ବନ ସଂରକ୍ଷକ ଅମିତ ସହାୟ କହିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories